ଭୁବନେଶ୍ୱର: ଚଳିତ ଖରିଫ ଋତୁରେ ରାଜ୍ୟରେ ରେକର୍ଡ ପରିମାଣର ଧାନ ସଂଗ୍ରହ ହୋଇଛି। ଏପର୍ଯ୍ୟନ୍ତ ପ୍ରାୟ ୧୮ ଲକ୍ଷ ୬୪ ହଜାର ଚାଷୀ ସରକାରଙ୍କୁ ଧାନ ବିକ୍ରି କରିଥିବାବେଳେ ୭୭ ଲକ୍ଷ ମେଟ୍ରିକ ଟନ ଧାନ କିଣା ସରିଛି। ତେବେ ବଳକା ଧାନ ସଂଗ୍ରହ ପାଇଁ ସରକାର ସମୟସୀମାକୁ ଆଉ ୭ ଦିନ ବୃଦ୍ଧି କରିଛନ୍ତି। ବିଜେପିରେ ବିଭିନ୍ନ ସମବାୟ ସମିତିର ସଭାପତି ଓ ନିର୍ଦ୍ଦେଶକଙ୍କ ମିଶ୍ରଣ ପର୍ବ ଅବସରରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ସରକାର ଭୋଟ ରାଜନୀତି ପାଇଁ ନୁହେଁ ବରଂ ଲୋକଙ୍କ ସେବା ପାଇଁ କାମ କରୁଛନ୍ତି। ପ୍ରତି ବିଭାଗ କିଭଳି ତ୍ୱରିତ ଭାବେ ଲୋକଙ୍କ ପାଖରେ ପହଞ୍ଚି ପାରିବ, ସେଥିପାଇଁ ପ୍ରୟାସ ଜାରି ରହିଛି। ଲୋକଙ୍କ ସେବା କଲେ ସେମାନେ ଆପେ ଆପେ ଆଶୀର୍ବାଦ (ଭୋଟ) ଦେବେ ବୋଲି ସେ ବିଶ୍ୱାସ ପ୍ରକଟ କରିଛନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଓ ଦଳୀୟ ସଭାପତିଙ୍କ ସହ ଆଲୋଚନା ପରେ ବିଭିନ୍ନ ସମବାୟ ସମିତିର କର୍ମକର୍ତ୍ତାଙ୍କୁ ଦଳରେ ସାମିଲ କରାଯାଇଛି। ନୂଆପଡ଼ା ଉପ-ନିର୍ବାଚନ ଓ ରାଜ୍ୟସଭା ନିର୍ବାଚନ ପରେ ଦଳୀୟ ସଙ୍ଗଠନ ଆହୁରି ମଜବୁତ ହେବ ବୋଲି ମନ୍ତ୍ରୀ କହିଛନ୍ତି।
Comments are closed, but trackbacks and pingbacks are open.