ଭୁବନେଶ୍ୱର: ଆଜି ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ ଆରକ୍ଷୀ ମହାନିର୍ଦ୍ଦେଶକ ପଦକ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୭୮ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଡିଜିପି ପଦକ ପ୍ରଦାନ କରିଥିଲେ। ନକ୍ସଲ ବିରୋଧୀ ଅଭିଯାନ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସଂଜୀବ ପଣ୍ଡା, ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଏସ. ସାଇନି , ଅପରେସନ ଆଇଜିପି ଡଃ ଦୀପକ କୁମାର, କ୍ରାଇମବ୍ରାଞ୍ଚ ଆଇଜିପି ଡଃ ସାର୍ଥକ ଷଡଙ୍ଗୀ, ସ୍ଵତନ୍ତ୍ର ଗୁଇନ୍ଦା ଶାଖା ଡିଆଇଜିପି ଅଖିଲେଶ୍ଵର ସିଂ, ଭୁବନେଶ୍ଵର ଡିସିପି ଜଗମୋହନ ମୀନା, କଟକ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ, ସ୍ପେଶାଲ ବ୍ରାଞ୍ଚ ଏସପି ସୁନିଲ କୁମାର ନନ୍ଦ, ପୋଲିସ ପ୍ରଶିକ୍ଷଣ ପ୍ରତିଷ୍ଠାନ ବୈରୀ ଏସପି, ଅଶୋକ କୁମାର ଦେହୁରୀଙ୍କ ସମେତ ଏଏସଓଜିର ୨୯ ଜଣ, ସ୍ପେଶାଲ ବ୍ରାଞ୍ଚର ୭ ଜଣ, ଏସଆଇଡବ୍ଲୁ ର ୧୦ ଜଣଙ୍କ ସମେତ ଅନ୍ୟାନ୍ୟ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଡିଜିପି ପଦକ ପ୍ରଦାନ କରିଥିଲେ। ଏଥିସହିତ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ (MHA) ଦ୍ୱାରା ରାଜ୍ୟର ସର୍ବଶ୍ରେଷ୍ଠ ପୋଲିସ ଥାନା ଭାବେ ପୁରସ୍କୃତ ହୋଇଥିବା ଗଞ୍ଜାମ ଜିଲ୍ଲାର ବଡଗଡ ଥାନାର ଇନ୍ସପେକ୍ଟର ବିମଳ କୁମାର କଅଁରଙ୍କୁ ଡିଜିପି ପଦକ ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ପୋଲିସ ଅଧିକାରୀ, ପୋଲିସ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ।
Next Post
Comments are closed, but trackbacks and pingbacks are open.