ଦରଦାମ ବୃଦ୍ଧି ପ୍ରତିବାଦରେ ରାଜଭବନ ସମ୍ମୁଖରେ ବିଜେଡିର ବିଶାଳ ଗଣସମାବେଶ

24

ଆଜି ବିଜୁ ଜନତା ଦଳ ପକ୍ଷରୁ କେନ୍ଦ୍ର ସରକାର ଙ୍କର ପେଟ୍ରୋଲ ,ଡିଜେଲ ଓ ରନ୍ଧନ ଗ୍ୟାସ ସମେତ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ପ୍ରତିବାଦ ରେ ରାଜଭବନ ସମ୍ମୁଖରେ ବିଶାଳ ଗଣଧାରଣା ସଭା ଆୟୋଜିତ ହେଇଛି I ଜିଲ୍ଲା ସଭାପତି ( ଉତ୍ତର ବିଧାୟକ) ସୁଶାନ୍ତ କୁମାର ରାଉତ ଙ୍କ ନେତୃତ୍ୱ ରେ ବିଜେଡି ପାର୍ଟି ଅଫିସରୁ ଏକ ସାଇକେଲ ମୋଟରସାଇକେଲ ତଥା ଘୋଡାଗାଡି,ରିକ୍ସା ଇତ୍ୟାଦିରେ ବିରାଟ ରାଲି ବାହାରି ରାଜଭବନ ଅଭିମୁଖେ ଯାଇ ରାଜ୍ୟପାଳ ଙ୍କୁ ଏକ ସ୍ମାରକପତ୍ର ଦେଇଛନ୍ତି I ଏହି ଅବସରରେ ରନ୍ଧନ ଗ୍ୟାସ ମୂଲ୍ୟବୃଦ୍ଧି ହେତୁ ପ୍ରତିବାଦ ସ୍ୱରୂପ ବିଜେଡି କର୍ମୀମାନେ ଆଜି ଭୁବନେଶ୍ୱର ରାଜରାସ୍ତାରେ ଚୁଲିଜାଳି ହାଣ୍ଡି ବସେଇଥିବାର ଦେଖିବାକୁ ମିଳିଥିଲା I

ରାଜଭବନ ସମ୍ମୁଖରେ ହେଇଥିବା ପ୍ରତିବାଦ ସଭାରେ ବରିଷ୍ଠ ବିଜେଡି ବିଧାୟକ ସଞ୍ଜୟ ଦାସବର୍ମା,କେନ୍ଦ୍ର ସରକାରଙ୍କର ତ୍ରୁଟିପୂର୍ଣ୍ଣ ଆର୍ଥିକ ପରିଚାଳନା ଯୋଗୁଁ ଦରଦାମ ବୃଦ୍ଧିକୁ ଦାୟୀ କରିଛନ୍ତି I ଅନ୍ୟତମ ବରିଷ୍ଠ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଆଗମୀଦିନରେ କେନ୍ଦ୍ରସରକାର ଯଦି ଦରବୃଦ୍ଧି ନିୟନ୍ତ୍ରଣ ନ କରନ୍ତି ତେବେ ଏହି ଆନ୍ଦୋଳକୁ ପଲ୍ଲୀ ରୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚା ଯିବ Iସେହିପରି ନଭେମ୍ବର ୧ରେ ସବୁ ୧୪୭ ବିଧାନସଭା ମଣ୍ଡଳୀରେ ମହିଳା ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ କରାଯିବ । ନଭେମ୍ବର ୫ ତାରିଖରେ ଯୁବ ମୋର୍ଚ୍ଚା ପକ୍ଷରୁ ପେଟ୍ରୋଲ ପମ୍ପ୍ ଆଗରେ ବିକ୍ଷୋଭ କରାଯିବ ବୋଲି କହିଛନ୍ତି ।

ବିଜେଡିର ଏହି ଗଣଆନ୍ଦୋଳନ ରେ ଭୁବନେଶ୍ୱର ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା ,ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ତଥା ବିଜେଡି ବରିଷ୍ଠ ନେତା ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ ଏବଂ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ,ସୁଲତା ଦେଓଙ୍କ ସହିତ ଶହ ଶହ ସଂଖ୍ୟାରେ କର୍ମୀମାନେ ଯୋଗ ଦେଇଥିଲେ I

ତେବେ ବରୋଧୀ ଦଳ ପକ୍ଷରୁ ବିଜେଡି ର ଏହି ଦରଦାମ ପ୍ରତିବାଦ ଶୋଭାଯାତ୍ରାକୁ ,ମମୀତା ମେହେର ହତ୍ୟା କାଣ୍ଡରୁ ଲୋକଙ୍କ ନଜର ହଟାଇବାକୁ ଏକ ଭେଳିକି ବୋଲି କୁହାଯାଇଛି I

Leave A Reply

Your email address will not be published.