ଭୁବନେଶ୍ୱର: ଓଡ଼ିଶାରୁ ମାଓବାଦୀଙ୍କୁ ସମ୍ପୂର୍ଣ୍ଣ ମୂଳପୋଛ କରିବା ପାଇଁ ଅଣ୍ଟା ଭିଡ଼ିଛି ଓଡ଼ିଶା ପୋଲିସ। ମାଓବାଦୀଙ୍କ ପାଇଁ ସମୟ ସରିଆସୁଥିବା ବେଳେ ସେମାନଙ୍କୁ ଶେଷ ଚେତାବନୀ ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ.ବି. ଖୁରାନିଆ। ଡେଡ୍ଲାଇନ୍ ଶେଷ ହେବାକୁ ଆଉ ମାତ୍ର ୨ ଦିନ ବାକି ଥିବା ବେଳେ, ଏହି ସମୟ ମଧ୍ୟରେ ଯଦି ମାଓବାଦୀମାନେ ଆତ୍ମସମର୍ପଣ ନକରନ୍ତି, ତେବେ ସେମାନଙ୍କୁ ସୁରକ୍ଷାକର୍ମୀଙ୍କ କଠୋର କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡ଼ିବ ବୋଲି ଡିଜିପି ସ୍ପଷ୍ଟ କରିଛନ୍ତି। ଡିଜିପିଙ୍କ ସୂଚନା ଅନୁଯାୟୀ, ଓଡ଼ିଶାରୁ ୨୩ ଜଣ ମାଓବାଦୀ ଛତିଶଗଡ଼ ଯାଇ ଆତ୍ମସମର୍ପଣ କରିଛନ୍ତି। କମ୍ବିଂ ଅପରେସନ ସମୟରେ ୨୭ ଜଣ ମାଓବାଦୀଙ୍କୁ ନିପାତ କରାଯାଇଛି। ବିଶେଷ କରି ୨୦୨୫ ଜାନୁଆରୀ ୨୫ରେ ନୂଆପଡ଼ା-ଗରିଆବନ୍ଧ ସୀମାନ୍ତରେ ହୋଇଥିବା ଅପରେସନରେ ୧୭ ଜଣ ମାଓବାଦୀଙ୍କୁ ନିପାତ କରାଯାଇଥିଲା। ଏହି ସଫଳତା ପରେ ଓଡ଼ିଶାରେ ଏବେ ମାଓବାଦୀଙ୍କ ସଂଖ୍ୟା ଏକକ ଅଙ୍କ କୁ ଖସି ଆସିଛି।
Comments are closed, but trackbacks and pingbacks are open.