ଆଜିଠାରୁ ୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚ୍‌ରେ RCB ବନାମ SRH

650

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ୍ ଲିଗ୍ ‘ଇଣ୍ଡିଆନ ପ୍ରିମିୟର ଲିଗ୍’ (IPL)ର ୧୯ତମ ସଂସ୍କରଣ। ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଉଦ୍‌ଘାଟନୀ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଏବଂ ସନରାଇଜର୍ସ ହାଇଦ୍ରାବାଦ (SRH) ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ। ଗତବର୍ଷ ରଜତ ପାଟିଦାରଙ୍କ ଅଧିନାୟକତ୍ୱରେ RCB ଟାଇଟଲ୍ ଜିତିଥିବା ବେଳେ ଏଥର ମଧ୍ୟ ଦଳ ଉଚ୍ଚ ମନୋବଳ ସହ ପଡ଼ିଆକୁ ଓହ୍ଲାଇବ। ଅନ୍ୟପଟେ, ସନରାଇଜର୍ସ ହାଇଦ୍ରାବାଦ ପାଇଁ ଏକ ବଡ଼ ଝଟକା ସଦୃଶ ଅଧିନାୟକ ପ୍ୟାଟ୍ କମିନ୍ସ ପିଠି ଆଘାତ ଯୋଗୁଁ ପ୍ରାରମ୍ଭିକ ମ୍ୟାଚ୍‌ରୁ ବାଦ ପଡ଼ିଛନ୍ତି। ତାଙ୍କ ଅନୁପସ୍ଥିତିରେ ଷ୍ଟାର୍ ୱିକେଟକିପର-ବ୍ୟାଟସମ୍ୟାନ୍ ଇଶାନ କିଷାନ ଦଳର ନେତୃତ୍ୱ ନେବେ। ଉଲ୍ଲେଖଯୋଗ୍ୟ ଯେ, ଇଶାନଙ୍କ ଅଧିନାୟକତ୍ୱରେ ଝାଡ଼ଖଣ୍ଡ ୨୦୨୫-୨୬ ସୟଦ ମୁସ୍ତାକ ଅଲି ଟ୍ରଫି ବିଜୟୀ ହୋଇଥିଲା। ନିକଟରେ ଶେଷ ହୋଇଥିବା ଟି-୨୦ ବିଶ୍ୱକପ୍‌ରେ ମଧ୍ୟ ସେ ନିଜ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରିଥିଲେ। ତେଣୁ ହାଇଦ୍ରାବାଦ ଆଶା ରଖିଛି ଯେ ଇଶାନ ନିଜର ସେହି ଦମଦାର୍ ଫର୍ମକୁ IPLରେ ମଧ୍ୟ ଜାରି ରଖିବେ।

Comments are closed, but trackbacks and pingbacks are open.