ଟ୍ଵିନସିଟି ରୁ ବନ୍ଧା ହେଲେ ୨ ନକଲି ଆଇଏଏସ୍‌ ଅଫିସର

164

କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (EOW) ତରଫରୁ ଶୁକ୍ରବାର ୨ ଜଣ ନକଲି ଆଇଏଏସ୍‌ ଅଫିସର ଙ୍କୁ କଟକ ଓ ଭୁବନେଶ୍ୱରରୁ ଗିରଫ କରିଛି। ଦୁଇ ଅଭିଯୁକ୍ତ ହେଲେ ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ କୁମାର ସ୍ୱାଇଁ। ଜଣେ ଠକ ନିଜକୁ ଆଡିସନାଲ ସେକ୍ରେଟେରୀ କହି ଠକୁଥିବା ବେଳେ ଅନ୍ୟ ଜଣେ ନିଜକୁ ପିଡବ୍ଲ୍ୟୁଡି ଅଫିସର ପରିଚୟ ଦେଇ ଠକୁଥିଲା। ଏମାନଙ୍କ ବିରୋଧରେ ଠିକାଦାରୀ ଦେବା ନାଁରେ ୧ କୋଟି ୧୭ ଲକ୍ଷ ଠକିଥିବା ଅଭିଯୋଗ ଆସିଥିଲା। ଏମାନେ ମିଛ ଓ୍ୱାର୍କ ଅର୍ଡର ଦେଇ ଠିକାଦାରଙ୍କୁ ଠକେଇ କରିବା ସହ ଟଙ୍କା ହଡ଼ପ୍‌ କରୁଥିଲେ।

ତେବେ ଘଟଣା ର ଅନୁସନ୍ଧାନ କରାଯାଇ ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ କୁମାର ସ୍ୱାଇଁ ନାଁରେ କୌଣସି IAS ଅଧିକାରୀ ନଥିବା ଜଣାପଡ଼ିବା ପରେ ଦୁଇ ଜଣ ଅଭିଯୋଗକାରୀ ରିକାବ ଚାନ୍ଦ ମନତ ଓ ମୁକେଶ ଜେନ ଅଭିଯୋଗ ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ଗିରଫ ଦୁଇ ଅଭିଯୁକ୍ତଙ୍କ ମୋବାଇଲ୍‌ରୁ ବହୁ ଉଚ୍ଚ ପଦସ୍ତ ଅଧିକାରୀଙ୍କ ଫୋନ ନମ୍ବର ମିଳିଥିବା ଅର୍ଥନୈତିକ ଅପରାଧ ଶାଖା (EOW) ସୂଚନା ଦେଇଛି।

Leave A Reply

Your email address will not be published.