ଗ୍ୟାସ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ: ଏକାଧିକ ଟାଙ୍କି ବିସ୍ପୋରଣ, ୩ ଗୁରୁତର

253

ଭୁବନେଶ୍ୱର: ରାଜଧାନୀର ଭରତପୁର ଥାନା ଅନ୍ତର୍ଗତ କଳିଙ୍ଗନଗର ଅଞ୍ଚଳରେ ଶନିବାର ଏକ ଭୟଙ୍କର ଅଘଟଣ ଘଟିଛି। କେ-୪ ଟାଟା ଆରିୟନ ନିକଟରେ ଥିବା ଏକ ଗ୍ୟାସ ଦୋକାନରେ ପୂର୍ବାହ୍ନ ପ୍ରାୟ ୧୧ଟା ୩୦ ମିନିଟ୍‌ ସମୟରେ ଏକାଧିକ ସିଲିଣ୍ଡର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏଥିରେ ଗ୍ୟାସ ଦୋକାନୀଙ୍କ ସମେତ ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ନିକଟସ୍ଥ ଏକ ହୋଟେଲ ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ଦୋକାନରେ ବେଆଇନ ଭାବେ ଗ୍ୟାସ ରିଫିଲିଂ ଚାଲିଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ପ୍ରାୟ ୬ଟି ଛୋଟବଡ଼ ଗ୍ୟାସ ଟାଙ୍କି ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହୋଇଥିଲା। ଏହି ଦୁର୍ଘଟଣାରେ ଗ୍ୟାସ ଦୋକାନୀ ବିଭୁଙ୍କ ମୁଣ୍ଡ, ହାତ ଓ ଶରୀରରେ ଗଭୀର ଆଘାତ ଲାଗିଛି। ତାଙ୍କ ସମେତ ଅନ୍ୟ ଦୁଇଜଣ ଆହତଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ଅନ୍ୟ ଦୁଇଜଣଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ।

2 Comments
  1. ivermectin scabies evidence

    ivermectin scabies evidence

  2. minoxidil expert guide

    minoxidil expert guide

Comments are closed, but trackbacks and pingbacks are open.