ପ୍ରତାପ ଜେନାଙ୍କ ଘର ଆଗରେ ହଙ୍ଗାମା: କ୍ୟାପିଟାଲ ଥାନାରେ ଏତଲା

64

ଭୁବନେଶ୍ୱର: ରାଜଧାନୀର ହାଇପ୍ରୋଫାଇଲ୍ ୟୁନିଟ-୬ ଅଞ୍ଚଳରେ ଥିବା ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ପ୍ରତାପ ଜେନାଙ୍କ ବାସଭବନ ଆଗରେ ବିଳମ୍ବିତ ରାତିରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି। ବିଜେଡିରୁ ନିଲମ୍ବିତ କିଛି ଯୁବ ଓ ଛାତ୍ର ନେତା ଶୁକ୍ରବାର ରାତିରେ ସେଠାରେ ପହଞ୍ଚି ବାଣ ଫୁଟାଇବା ସହ ମିଠା ବାଣ୍ଟି ହୋହଲ୍ଲା କରିଥିବା ଅଭିଯୋଗ ହୋଇଛି। ପ୍ରତାପ ଜେନାଙ୍କ ଅଭିଯୋଗ ଅନୁସାରେ, କିଛି ମଦ୍ୟପ ଯୁବକ ତାଙ୍କ ଘର ଭିତରକୁ ଜୋରପୂର୍ବକ ପଶିବାକୁ ଚେଷ୍ଟା କରିଥିଲେ। ଏହାକୁ ବିରୋଧ କରିବାରୁ ସେମାନେ ଘରର କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଳଜ କରିବା ସହ ଆକ୍ରମଣ କରିଥିଲେ। ଏହି ଘଟଣା ପରେ ଶ୍ରୀ ଜେନା ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜର ଓ ପରିବାରର ସୁରକ୍ଷା ପାଇଁ ଆଶଙ୍କା ପ୍ରକଟ କରିଛନ୍ତି। ସେ ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଏବଂ ଡିଜିପିଙ୍କୁ ଅବଗତ କରାଇବା ସହ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

Comments are closed, but trackbacks and pingbacks are open.