ରାଜ୍ୟର ସବୁ କଲେଜରେ ‘AI for ALL’ ପାଠ୍ୟକ୍ରମ ଆରମ୍ଭ ହେବ

43

ଭୁବନେଶ୍ୱର: ଓଡ଼ିଶାର ଉଚ୍ଚ ଶିକ୍ଷାନୁଷ୍ଠାନରେ ଆରମ୍ଭ ହେବ ‘AI for ALL’ ପାଠ୍ୟକ୍ରମ।। AI ଦ୍ୱାରା ଛାତ୍ରଛାତ୍ରୀମାନେ ଏହି ପାଠ୍ୟକ୍ରମ ଦ୍ୱାରା ରୋବୋଟିକ୍ସ, Machine Learning ଏବଂ ଡିଜିଟାଲ୍ ଦକ୍ଷତାରେ ପାରଦର୍ଶୀ ହେବେ। ଏନେଇ ରାଜ୍ୟରେ ରମାଦେବୀ ବିଶ୍ଵ ବିଦ୍ୟାଳୟରେ AI & Robotics Center of Excellence ଖୋଲାଯାଇଛି ଏବଂ କଲେଜରେ ‘AI for ALL’ ପାଠ୍ୟକ୍ରମ ଆରମ୍ଭ ହୋଇଛି। ସମ୍ବଲପୁରର Odisha State Open Universityର କଳା ସ୍ନାତକୋତର ଦ୍ୱିତୀୟ ସେମିଷ୍ଟାରରେ ଛାତ୍ରଛାତ୍ରୀମାନେ AI ପଢ଼ୁଛନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଧାନସଭାରେ ଏହା ସଂପର୍କରେ ଲିଖିତ ତଥ୍ୟ ଦେଇଛନ୍ତି। କିନ୍ତୁ ଏହା ସହିତ ଏକ ଚିନ୍ତାଜନକ ପରିସ୍ଥିତି ମଧ୍ୟ ଦେଖାଇଦେଇଛି। କାରଣ ବିଶ୍ଵବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର ମରୁଡ଼ି ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି। ୧୭ଟି ବିଶ୍ୱବିଦ୍ୟାଳୟରେ ୭୦୯ ଆସିଷ୍ଟାଣ୍ଟ ପ୍ରଫେସର ଓ ୨,୩୨୫ ଅଣଶିକ୍ଷକଙ୍କ ନିଯୁକ୍ତି ବାକି ଅଛି। ଏହା ଉଚ୍ଚଶିକ୍ଷାର ଗତିକୁ ଅବରୋଧ କରୁଛି, ତେବେ AI ଶିକ୍ଷା ଆରମ୍ଭ ଦ୍ୱାରା ଛାତ୍ରଛାତ୍ରୀଙ୍କ ଆଗାମୀ ଦକ୍ଷତା ଗଢ଼ିବାରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ହେବ।

Comments are closed, but trackbacks and pingbacks are open.