ବଢିଲା ପେଟ୍ରୋଲ ଦର

54

ନୂଆଦିଲ୍ଲୀ: ମଧ୍ୟ ପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ପୂର୍ବରୁ ଏଲପିଜି ସଙ୍କଟ ଥିବା ବେଳେ, ତୈଳ କମ୍ପାନୀଗୁଡ଼ିକ ପ୍ରିମିୟମ୍ ପେଟ୍ରୋଲର ମୂଲ୍ୟ ବୃଦ୍ଧି କରିଛନ୍ତି। ୨୦ ମାର୍ଚ୍ଚ, ୨୦୨୬ ରେ ବିପିସିଏଲର ‘ସ୍ପିଡ୍’, ଏଚପିଏଲର ‘ପାୱାର’ ଏବଂ ଆଇଓସିଏଲ୍ ର ‘ଏକ୍ସପି୯୫’ ଭଳି ପ୍ରିମିୟମ୍ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୨.୦୯ ଟଙ୍କା ବୃଦ୍ଧି କରାଯାଇଛି।   ଭାରତର ଅର୍ଥନୀତିକୁ ଗ୍ରାସିଲାଣି ବସିଲାଣି ମଧ୍ୟପ୍ରାଚ୍ୟ ଯୁଦ୍ଧ । ଇରାନ-ଇସ୍ରାଏଲ ଓ ଆମେରିକା ସଂଘର୍ଷ ଯୋଗୁ ଅଶୋଧିତ ତୈଳ ଦର ୧୦୦ ଡଲାର ଡେଇଁଗଲାଣି । ଗ୍ୟାସ ସଂକଟ ଯୋଗୁ ହାଣ୍ଡିଶାଳଠାରୁ ଆରମ୍ଭ କରି କଳକାରଖାନା ସବୁକିଛି ପ୍ରଭାବିତ । ଏଥିମଧ୍ୟରେ ଅଭିବୃଦ୍ଧି ପ୍ରଭାବିତ ହେବା ଆଶଙ୍କା ରହିଛି । ସେହିଭଳି ଦରଦାମ ସମସ୍ୟା ଆହୁରି ତେଜିବ ବୋଲି ଅନୁମାନ କରାଯାଉଛି ।

Comments are closed, but trackbacks and pingbacks are open.