ହାତୀ ପାଦ ତଳେ ଚାଲିଥିଲା ମୃତ୍ୟୁ ସହ ସଂଘର୍ଷ, ବର୍ତ୍ତିଗଲେ ଯୁବକ

45

ଭୁବନେଶ୍ବର: ଆଖି ଖୋସି ହୋଇ ଯାଇଥିଲା । ହୃଦସ୍ପନ୍ଦନ ବନ୍ଦ ହୋଇଗଲା ପରି ଲାଗୁଥିଲା । ପାଦତଳୁ ମାଟି ଖସି ଯିବା ପରି ଅନୁଭୂତ ହେଉଥିଲା । ଘଟଣା ସେମିତି ହିଁ ଥିଲା । ହାତୀର ପାଦ ତଳେ ଥିଲା ଜୀବନ । ଭଗବାନଙ୍କ ଉପରୁ ବି ଭରସା ତୁଟି ଯାଇଥିଲା । ଆଉ କିଛି ଭାବିବାର ସୁଯୋଗ କାହା ପାଖରେ ନ ଥିଲା । ହେଲେ ଆଶ୍ଚର୍ଯ୍ୟ..ଆଖି ଖୋଲିଲା ବେଳକୁ ବଦଳି ଯାଇଥିଲା ଦୃଶ୍ୟପଟ୍ଟ । ଗୋଟିଏ ଦିଗକୁ ହାତୀ ହୌଡୁଥିଲା..ଆଉ ବୀପରିତ ଦିଗକୁ ମଣିଷ । ଏମିତି ଆଶ୍ଚର୍ଯ୍ୟ ତଥା ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ଢେଙ୍କାନାଳ ଜିଲ୍ଲା ଗୋବିନ୍ଦପୁର ଅଂଚଳରେ ।

Comments are closed, but trackbacks and pingbacks are open.