ଡାକ୍ତର ରମାରମଣ ମହାନ୍ତି ହେବେ ନୂଆ ରାଜ୍ୟ ଡିଏମଇଟି ନିର୍ଦ୍ଦେଶକ

22

ରାଜ୍ୟ ଡିଏମଇଟି ବିଭାଗ ନିର୍ଦ୍ଦେଶକ ଡ. ସିବିକେ ମହାନ୍ତି ଆସନ୍ତା ୩୧ତାରିଖରେ ସେ ସରକାରୀ ଚାକିରିରୁ ଅବସର ନେଉଥିବାରୁ ତାଙ୍କ ସ୍ଥାନରେ ନୂଆ ଡିଏମଇଟି ନିର୍ଦ୍ଦେଶକ ଭାବେ ଡାକ୍ତର ରମାରମଣ ମହାନ୍ତିଙ୍କୁ ନିଯୁକ୍ତି ମିଳିଛି Iସେ ୩୧ତାରିଖ ଅପରାହ୍ନରୁ ଏହି ଦାୟିତ୍ୱ ତୁଲାଇବେ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ, ବାରିପଦାସ୍ଥି ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଇନଚାର୍ଜ ପ୍ରିନ୍ସିପାଲ ଭାବେ ପ୍ରଫେସର ଡାକ୍ତର ରମାରମଣ ମହାନ୍ତି ଅବସ୍ଥାପିତ ଥିଲେ I ୨୦୧୯ ନଭେମ୍ବର ୪ତାରିଖରେ ରାଜ୍ୟ ଡିଏମଇଟି ନିର୍ଦ୍ଦେଶକ ଭାବରେ ଡ. ସିବିକେ ମହାନ୍ତି ଭାବେ ନିଯୁକ୍ତି ପାଇଥିଲେ।

Leave A Reply

Your email address will not be published.