ପାରାଦ୍ୱୀପ ହେବ ଦେଶର ବୃହତ ଅର୍ଥନୈତିକ ଅଞ୍ଚଳ: ମୁଖ୍ୟମନ୍ତ୍ରୀ

40

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପାରାଦ୍ୱୀପରେ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ବୃହତ ଶିଳ୍ପ ପ୍ରତିଷ୍ଠା ସଂପର୍କରେ ସମୀକ୍ଷା କରିଛନ୍ତି । ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମସ୍ୟାର ସମାଧାନ କରି ପାରାଦୀପର ଶିଳ୍ପ ପ୍ରକଳ୍ପ ଗୁଡିକୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ପାରାଦ୍ୱୀପକୁ ଦେଶର ଏକ ବୃହତ ଅର୍ଥନୈତିକ ଅଞ୍ଚଳରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପାରାଦ୍ୱୀପ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ପାରାଦ୍ୱୀପରେ ହେବାକୁ ଥିବା ବିଭିନ୍ନ ବୃହତ ଶିଳ୍ପ ପ୍ରତିଷ୍ଠା ସଂପର୍କରେ ସମୀକ୍ଷା କରିଛନ୍ତି । ପାରାଦ୍ୱୀପର ନେହୁରୁ ବଙ୍ଗଳାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, “ଆଗାମୀ ଦିନରେ ପାରାଦ୍ୱୀପ ଭାରତର ଏକ ବଡ ଇକୋନୋମିକ ଜୋନ ହେବାକୁ ଯାଉଛି । ଏହି ଅଞ୍ଚଳରେ ସ୍ଥାପିତ ହେବାକୁ ଥିବା ସମସ୍ତ ଭିତ୍ତିଭୂମି ଓ ଶିଳ୍ପ ପ୍ରକଳ୍ପ ଗୁଡ଼ିକ ଯେପରି ତୁରନ୍ତ ଆରମ୍ଭ ହେବ । ସେଥିପାଇଁ ପଦକ୍ଷେପ ନେବାକୁ ସେ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ପାରାଦ୍ଵୀପ ପୋର୍ଟର ସମ୍ପ୍ରସାରଣ, ଜାହାଜ ନିର୍ମାଣ ଓ ମରାମତି କାରଖାନା, ବନ୍ଦର ବିକାଶ ପାଇଁ ଆବଶ୍ୟକ ବିଭିନ୍ନ ପ୍ରକଳ୍ପ, IOCL ଓ JSW ପକ୍ଷରୁ ବିକଶିତ ହେବାକୁ ଥିବା ଶିଳ୍ପାନୁଷ୍ଠାନ ବିଷୟରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଛି ।”
 

Comments are closed, but trackbacks and pingbacks are open.