ରାଜ୍ୟସଭା ନିର୍ବାଚନ: ପାରାଦ୍ୱୀପରେ 77 ବିଜେପି ବିଧାୟକ ଏବଂ ମନ୍ତ୍ରୀ

39

ଭୁବନେଶ୍ୱର: ରାଜ୍ୟରେ ରାଜ୍ୟସଭା ନିର୍ବାଚନ ନେଇ ସରଗରମ ହେଉଛି ରାଜନୀତି । ଗତକାଲି କଂଗ୍ରେସର କିଛି ବିଧାୟକ ବେଙ୍ଗାଲୁରୁ ଗସ୍ତରେ ଯାଇଥିବା ବେଳେ ଆଜି ନବୀନ ନିବାସରେ ବିଜେଡି ବିଧାୟକଙ୍କ ଦୁଇ ଦିନିଆ ତାଲିମ ଶେଷ ହୋଇଛି । 16 ତାରିଖରେ ରାଜ୍ୟସଭା ନିର୍ବାଚନ ଭୋଟିଂ ନେଇ ବିରୋଧୀ ଦଳ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରୁଥିବା ବେଳେ ସରକାରୀ ଦଳ ମଧ୍ୟ ପଛରେ ପଡିନି । ବିଜେପି ଅନେକ ବିଧାୟକ ଏବଂ ମନ୍ତ୍ରୀଙ୍କୁ ପାରାଦ୍ୱୀପ ପଠାଇଛି । ପାରାଦ୍ୱୀପ ଗସ୍ତ ପୂର୍ବରୁ ବିଜେପି ଦଳୀୟ କାର୍ଯ୍ୟାଳୟରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବିଧାୟକ ଦଳ ବୈଠକ । ବିଧାନସଭାରେ ରାଜ୍ୟସଭା ନିର୍ବାଚନର ପ୍ରକ୍ରିୟା ଦେଖିଲେ ବିଜେପି ବିଧାୟକ । ମକ୍ ପୋଲ ଜରିଆରେ ବୁଝିଲେ ନିର୍ବାଚନ ପଦ୍ଧତି । କେମିତି ବାଲଟ୍ ପେପର୍ ନେବେ, ସେଥିରେ ପ୍ରାର୍ଥୀଙ୍କୁ ଚିହ୍ନିତ କରିବେ, ଏଜେଣ୍ଟଙ୍କୁ ଦେଖାଇବା ଠାରୁ ଆରମ୍ଭ କରି ପୁରା ପ୍ରକ୍ରିୟା ଶିଖିଲେ ବିଜେପି ବିଧାୟକ । ସେହିପରି 77 ଜଣ ବିଧାୟକ ପାରାଦୀପ ଅଭିମୁଖେ ଯାତ୍ରା କରିଛନ୍ତି l ତିନିଟି ବସ୍ ରେ ବିଧାୟକ ଏବଂ ମନ୍ତ୍ରୀମାନେ ଗସ୍ତ କରିଛନ୍ତି l ଗତକାଲି ପାରାଦୀପରେ ନେବେ ଟ୍ରେନିଂ l ସୋମବାର ଦିନ ସକାଳେ ଫେରି ବିଧାନସଭାରେ ରହିବେ l

Comments are closed, but trackbacks and pingbacks are open.