କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

37

ନୂଆଦିଲ୍ଲୀ: କଟକ-ଭୁବନେଶ୍ୱର ଦ୍ୱୈତନଗରୀର ଯୋଗାଯୋଗ ଲାଗି ନୂଆ ରେଲଓ୍ୱେ ଲାଇନ ଅନୁମୋଦନ ହେବାକୁ ଯାଉଛି। ପ୍ରତି ଅଧଘଣ୍ଟାରେ ଥରେ ଗୋଟିଏ ନମୋ ଭାରତ ଟ୍ରେନ ଚାଲିବ ବୋଲି ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ଯଦି କଟକ-ଭୁବନେଶ୍ୱର ମଧ୍ୟରେ ଏଲିଭେଟେଡ ମେଟ୍ରୋ ଚାଲିବ ତାହେଲେ ୧ କିଲୋମିଟର ପ୍ରତି ୩୦୦ କୋଟି ଟଙ୍କା ଖର୍ଚ୍ଚ ହେବ। କିନ୍ତୁ ମାଟି ଉପରେ ରେଳପଥ ତିଆରି ପାଇଁ ୧ କିଲୋମିଟର ପ୍ରତି ୩୦ କୋଟି ଟଙ୍କା ଖର୍ଚ୍ଚ ହେବ। ଲୋକଙ୍କ ଯାତାୟତ ସୁବିଧାକୁ ପ୍ରାଧାନ୍ୟ ଦିଆଯିବା ସହ ସୁଲଭ ମୂଲ୍ୟରେ ଯୋଗଯୋଗ ଭିତ୍ତିଭୂମି ନିର୍ମାଣ କରାଯିବ ବୋଲି ସେ କହିଛନ୍ତି। କଟକ-ଭୁବନେଶ୍ୱର ଟ୍ୱିନସିଟି ପାଇଁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇଛି। ଯୋଗାଯୋଗରେ ଉନ୍ନତି ପାଇଁ ନିକଟରେ ନୂଆ ୪ ଲେନ ବିଶିଷ୍ଟ ହାଇ ଓ୍ବେ ମଧ୍ୟ ଅନୁମୋଦନ ମିଳିଛି ବୋଲି ରେଳ ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି।

Comments are closed, but trackbacks and pingbacks are open.