ଚୋରା ମଦ ଜବତ କରିବାକୁ ଯାଇ ଆକ୍ରମଣର ଶିକାର ହେଲେ ପୋଲିସ ଅଧିକାରୀ, 2 ଗୁରୁତର

46

ଭୁବନେଶ୍ବର: କାର୍ଯ୍ୟରତ ପୋଲିସ ଅଧିକାରୀଙ୍କ ଉପରେ ଅତର୍କିତ ଆକ୍ରମଣ । ଚୋରା ମଦ ଜବତ କରିବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହେଲେ ଫାଣ୍ଡି ଅଧିକାରୀ ଓ ମହିଳା କନେଷ୍ଟବଳ । ପୋଲିସ ଅଧିକାରୀଙ୍କ ମୁଣ୍ଡକୁ ପଥରରେ ଛେଚିଲେ ମଦ ବେପାରୀ । 2 ପୋଲିସ ଅଧିକାରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ବାଲିତୋଟା ଗ୍ରାମରେ ଦେଖିବାକୁ ମିଳିଛି । ଏହି ଘଟଣା ପରେ ଆକ୍ରମଣକାରୀଙ୍କ ବିରୋଧରେ ପୋଲିସ ତନାଘନା ଆରମ୍ଭ କରିଛି ।

Comments are closed, but trackbacks and pingbacks are open.