ବେଙ୍ଗାଲୁରୁ ଗଲେ 8 କଂଗ୍ରେସ ବିଧାୟକ

38

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନକୁ ନେଇ ଘଡିକେ ଘୋଡ଼ା ଛୁଟୁଛି । ନିର୍ବାଚନ ତାରିଖ ଯେତେକି ପାଖେଇ ଆସୁଛି ବିରୋଧୀ ଦଳ ମୁଖିଆଙ୍କ ଛାତି ସେତିକି ଧଡ ଧଡ ହେଉଛି । ଘୋଡ଼ା ବେପାର ଭୟରେ ବେଙ୍ଗାଲୁରୁ ଗଲେ 8 କଂଗ୍ରେସ ବିଧାୟକ । ଉଭୟ ବିଜେଡି ଏବଂ କଂଗ୍ରେସ ନିଜ ବିଧାୟକମାନଙ୍କୁ ଏକାଠି ରଖିବା ପାଇଁ ତିନି ଧାଡ଼ିଆ ହ୍ୱିପ ଜାରି କରିଥିଲେ ମଧ୍ୟ କିଛି ବିଧାୟକଙ୍କ ଉପରେ ଭରସା କରିପାରୁନି ଦଳ । ଶେଷରେ ବିଧାନସଭା ଚାଲିଥିବା ବେଳେ ନିଜ ବିଧାୟକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରି ସୁରକ୍ଷିତ ରଖିବାକୁ ନିଷ୍ପତ୍ତି ନେଇଛି କଂଗ୍ରେସ । ବେଙ୍ଗାଲୁରୁ ଯାଇନଥିବା ତାଲିକାରେ ରହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ସୋଫିଆ ଫିର୍ଦ୍ଦୋଷ, ଦାଶରଥି ଗମାଙ୍ଗ,ତାରା ପ୍ରସାଦ ବାହିନୀପତି, ରମେଶ ଚନ୍ଦ୍ର ଜେନା ଏବଂ ସାଗର ଚରଣ ଦାଶ ରାଜ୍ୟ ବାହାରକୁ ଯାଇନଥିବା ସୂଚନା ମିଳିଛି ।

Comments are closed, but trackbacks and pingbacks are open.