ଭୁବନେଶ୍ବର: ମଧ୍ୟପ୍ରାଚ୍ୟରେ ସମ୍ପ୍ରତି ଚାଲିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ଅନେକ ଓଡ଼ିଆ ଲୋକ ଫସି ରହିଛନ୍ତି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦବେଗ ପ୍ରକାଶ କରିଛନ୍ତି । ଓଡ଼ିଆ ଲୋକଙ୍କୁ ଫେରାଇ ଆଣିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ସେ । ଘଟଣା ଉପରେ ନଜର ରଖିବା ଓ ଓଡ଼ିଆ ଲୋକଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ସୁଦ୍ଧା ଓଡ଼ିଶା ପରିବାରକୁ ମଧ୍ୟପ୍ରାଚ୍ୟ ଅଞ୍ଚଳରୁ ଓଡ଼ିଆ ଲୋକମାନଙ୍କ ପକ୍ଷରୁ ପ୍ରାୟ ୨୦୦ ଟେଲିଫୋନ ଆସିଛି । ନିର୍ଦ୍ଦେଶାଳୟ ପକ୍ଷରୁ ବୈଦେଶିକ ମନ୍ତ୍ରାଳୟ ସହ ଯୋଗାଯୋଗ କରାଯାଇ ଫେରିବା ସମ୍ପର୍କରେ ସହାୟତା କରାଯାଉଛି । ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏଥିପାଇଁ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ କରାଯାଇ ଟୋଲ ଫ୍ରି ନମ୍ୱର ୧୮୦୦-୧୧୮-୭୯୭ ଜାରି କରାଯାଇଛି ।
Comments are closed, but trackbacks and pingbacks are open.