ସିଲିଣ୍ଡର ଫାଟି ଜଳିଗଲା ଦୋକାନ

40

ଭୁବନେଶ୍ବର: କଟକ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ମଦନମୋହନ ମାର୍କେଟରେ ଥିବା ଏକ ମିଠା ଦୋକାନରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହେବା ଫଳରେ ଦୋକାନଟି ସଂପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇ ଯାଇଛି। ଏହା ସହିତ ସମ୍ପୂର୍ଣ୍ଣ ୨୦ରୁ ଅଧିକ ମାର୍କେଟ ଜଳି ଯାଇଛି। ମିଳିଥିବା ସୂଚନା ଅନୁସାରେ କଟକ ସ୍ଵିଟ୍ସ୍ ମିଠା ଦୋକାନରେ ଆଜି ଅପରାହ୍ନ ସମୟରେ ଗ୍ୟାସରେ ବସାଇ ମିଠା ଓ ଅନ୍ୟ ଖାଇବା ଜିନିଷ ତିଆରି କରୁଥିବା ବେଳେ ଗ୍ୟାସ ବିସ୍ଫୋରଣ ହୋଇଥିଲା। ଯାହା ଫଳରେ ମିଠା ଦୋକାନ ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଥିବା ବେଳେ ଆଖପାଖରେ ଥିବା ପ୍ରାୟ ୨୦ରୁ ଉର୍ଦ୍ଧ୍ବ ଦୋକାନ ଜଳୁଥିବା ଦେଖା ଦେଇଛି। ଖବର ପାଇ ଘଟଣା ସ୍ଥଳରେ ବନ୍ତଳା ଦମକଳ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରୁଥିବା ସୂଚନା ମିଳିଛି। ଉକ୍ତ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି ।

Comments are closed, but trackbacks and pingbacks are open.