ମାର୍ଚ୍ଚ ୧୬ ଯାଏ ଭୁବନେଶ୍ବର ନ ଛାଡିବାକୁ ବିଧାୟକଙ୍କୁ ନିର୍ଦ୍ଦେଶ ଦେଲା ବିଜେଡି

33

ଭୁବନେଶ୍ୱର: ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ଇସ୍ତଫା ପରଠାରୁ ବିଜେଡି ରାଜନୀତିରେ ହଲଚଲ ବଢ଼ିଯାଇଛି । ରାଜ୍ୟସଭାରେ କ୍ରସ ଭୋଟିଂ ଓ ଭୋଟ ନାକଚ ଭୟ ବିଜେଡିକୁ ଘାରିଛି । ଏପରିକି ବିଧାୟକ ଭୋଟ ଦେବାକୁ ନ ଆସିବା ଚିନ୍ତା ମଧ୍ୟ ବଢ଼ିଛି । ସେଥିପାଇଁ ବିଧାୟକଙ୍କ ଉପରେ ଦଳ କଡ଼ା ନଜର ରଖିଛି । ନିୟମିତ ବିଧାୟକଙ୍କୁ ନବୀନ ନିବାସ ଡାକି ବୁଝାଯାଉଛି । ମଙ୍ଗଳବାର ପ୍ରାୟ ୧୦ରୁ ଅଧିକ ବିଧାୟକଙ୍କୁ ଡକାଯାଇଥିଲା । ନବୀନଙ୍କ ସହ ସେମାନେ ଆଲୋଚନା କରିଥିଲେ। କ୍ରସ ଭୋଟିଂ ଭୟରେ ରାଜ୍ୟସଭା ନିର୍ବାଚନ ପାଇଁ ହୁଇପ୍ ଜାରି କରିଛି ବିଜେଡି। । ମାର୍ଚ୍ଚ ୧୬ ଯାଏ ଭୁବନେଶ୍ବର ନ ଛାଡିବାକୁ ବିଧାୟକଙ୍କୁ ନିର୍ଦେଶ ଦିଆଯାଇଛି। ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବାକୁ ନିର୍ଦେଶ ଦିଆଯାଇଛି। ଏ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି।

Comments are closed, but trackbacks and pingbacks are open.