ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

41

ଭୁବନେଶ୍ୱର, ମାର୍ଚ୍ଚ ୧୧ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ (ଆଇବିସିଏସ) ପକ୍ଷରୁ ବୁଧବାର କ୍ୟାମ୍ପସ୍ ୨ ପରିସରରେ ‘ମାର୍କ -ଆଇଟି : ମ୍ୟାର୍କେଟିଂ ଫେୟାର୍ ୧.୦ -୨୦୨୬’ ବିଜିନେସ୍ ମେଳା ଆୟୋଜିତ ହୋଇଯାଇଛି ।
ଏହି ଅବସରରେ ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନ କରିବା ଅବସରରେ ଶ୍ରୀମତି ଦାସ କହିଥିଲେ ଯେ କେବଳ ଅଧ୍ୟୟନ ନୁହେଁ ବରଂ ଏଥି ସହିତ ଛାତ୍ରଛାତ୍ରୀମାନେ କିଭଳି ନିଜ ଭିତରେ ଥିବା ଲୁକ୍କାୟିତ ପ୍ରତିଭାକୁ ପ୍ରସ୍ଫୁଟିତ କରିପାରିବେ ତାହାକୁ ପ୍ରୋତ୍ସାହନ ଦେବା ପାଇଁ ଏହି ମେଳା ଏକ ଭିନ୍ନଧରଣ ପ୍ରୟାସ । ଯାହାକି ପ୍ରଥମ ଥର ପାଇଁ ଆଇବିସିଏସ୍ ପକ୍ଷରୁ ଆୟୋଜନ କରାଇଛି ବୋଲି ଶ୍ରୀମତି ଦାସ କହିଥିଲେ । ଏଭଳି ପ୍ରୟାସ ଦ୍ୱାରା ଛାତଛାତ୍ରୀମାନେ ନିଜ ଭିତରେ ଥିବା ଅଭିନବ ଚିନ୍ତାଧାରା, କଳାକୌଶଳକୁ ପ୍ରସ୍ଫୁଟିତ କରିପାରିବେ ବୋଲି ସେ କହିଥିଲେ । ପ୍ରତିବର୍ଷ ଏଭଳି ବିଜିନେସ୍ ମେଳା ଆୟୋଜିତ ହେଲେ ଭବିଷ୍ୟତରେ ଛାତ୍ରଛାତ୍ରୀମାନେ ବହୁ ଉପକୃତ ହୋଇପାରିବେ ବୋଲି ଶ୍ରୀମତି ଦାସ କହିଥିଲେ ।
ଏହି ଅବସରରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ ଏଭଳି ବିଜିନେସ ମେଳା ଦ୍ୱାରା ଛାତ୍ରଛାତ୍ରୀମାନେ ମାର୍କେଟିଂ ଦିଗ ପ୍ରତି ଆକୃଷ୍ଟ ହେବେ ବୋଲି କହିଥିଲେ । ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ମାର୍କେଟିଂର ସମସ୍ତ ଜ୍ଞାନ କୌଶଳ ଆହରଣ କରିପାରିବେ ବୋଲି କୁଳପତି ଆଶାବ୍ୟକ୍ତ କରିଥିଲେ ।


ସୋଆ ଉପକୁଳପତି ପ୍ରଫେସର ଅନୁପ କୁମାର ସାମନ୍ତରାୟ , ଆଇବିସିଏସ୍‌ର ଡିନ୍ ପ୍ରଫେସର (ଡ.) ଅୟସକାନ୍ତ ମହାନ୍ତି ଓ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଓ ଆଇବିସିଏସ୍‌ର ଆସୋସିଏଟ୍ ଡିନ୍ ପ୍ରଫେସର ମନୋରଂଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ବିଜିନେସ୍ ମେଳାରେ ବିଭିନ୍ନ ପ୍ରକାର ଖାଦ୍ୟ, ମେଡିକାଲ, ହସ୍ତତନ୍ତ, ମହିଳା ପ୍ରସାଧାନ, ଅଟୋମୋବାଇଲ୍‌ସ ଭଳି ୬୩ଟି ଷ୍ଟଲର୍ ଆୟୋଜନ କରାଯାଇଥିବାବଳେ ଏହି ଷ୍ଟଲ୍‌ଗୁଡିକୁ ଶ୍ରୀମତି ଦାସ ବୁଲି ଦେଖିବା ସହ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି ବିଜିନେସ ମେଳାକୁ ଆଇବିସିଏସ୍‌ର ଆସୋସିଏଟ୍ ପ୍ରଫେସର (ଡକ୍ଟର) ସରଜୁ ପ୍ରସାଦ ଓ ଆସିଷ୍ଟାଂଟ ପ୍ରଫେସର (ଡକ୍ଟର) ନେହା ଗୁପ୍ତା ପରିଚାଳନା କରିଥିଲେ ।

Comments are closed, but trackbacks and pingbacks are open.