ଭିଜିଲାନ୍ସ ଜାଲରେ କଣ୍ଟାପଡ଼ା ତହସିଲଦାର

41

ଭୁବନେଶ୍ବର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ କଣ୍ଟାପଡା ତହସିଲଦାର OAS ଅଫିସର ପ୍ରସନ୍ନ କୁମାର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ୭ଟି ସ୍ଥାନରେ ଏକକାଳୀନ ତଲାସୀ ଚାଲିଛି । କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଚଢାଉ କରାଯାଉଛି । ଓଡ଼ିଶା ଭିଜିଲାନ୍ସ ଦ୍ୱାରା 2 ଜଣ ଅତିରିକ୍ତ ପୋଲିସ ଅଧୀକ୍ଷକ (ଅତିରିକ୍ତ ଏସପି), 8 ଜଣ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ (DSP), 11 ଜଣ ଇନ୍ସପେକ୍ଟର, 5 ଜଣ ସହାୟକ ଉପ-ନିରୀକ୍ଷକ (ASI) ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ କଟକ, ଭୁବନେଶ୍ୱର (ଖୋର୍ଦ୍ଧା), ପୁରୀ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର 7ଟି ସ୍ଥାନରେ ଏକକାଳୀନ ଯାଞ୍ଚ ଚାଲିଛି ।

Comments are closed, but trackbacks and pingbacks are open.