ନୂଆଦିଲ୍ଲୀ: ଯୁଦ୍ଧ ବନ୍ଦ କରିବା ଲାଗି ଆମେରିକା ଓ ଇସ୍ରାଏଲ ଉପରେ ଅନ୍ୟ ଦେଶମାନେ ଚାପ ପକାଇବା ଉଦ୍ଦେଶ୍ୟରେ ଇରାନ ଷ୍ଟ୍ରେଟ୍ ଅଫ୍ ହୋର୍ମୁଜକୁ ଗତ ଫେବ୍ରୁଆରୀ ୨୮ ତାରିଖରୁ ବନ୍ଦ କରିଦେଇଛି । ଫଳରେ ଗତ ୧୧ ଦିନ ହେଲା ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ ଅଶାନ୍ତ ହୋଇପଡିଛି । ଭାରତ ପ୍ରାୟ ୫୫ ପ୍ରତିଶତ ଅଶୋଧିତ ତୈଳ ମଧ୍ୟପ୍ରାଚ୍ୟରୁ ଆମଦାନୀ କରିଥାଏ । ସେହିଭଳି ଭାରତ ବିଦେଶରୁ ଯେତିକି ତେଲ ଆମଦାନୀ କରେ ସେଥିରୁ ୩୫ ପ୍ରତିଶତ ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ ମାର୍ଗ ଦେଇ ଆସେ । ସେହିଭଳି ଭାରତ ଦୁଇ-ତୃତୀୟାଂଶ ଗ୍ୟାସ ମଧ୍ୟ ବିଦେଶରୁ ଆମଦାନୀ କରେ । ଯାହା ୟୁଏଇ, କାତାର, ସାଉଦି ଆରବ ଓ କୁଏତରୁ ଆସେ । ଭାରତର ୮୦ ପ୍ରତିଶତ ଗ୍ୟାସ୍ ଆମଦାନୀ ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ ମାର୍ଗରେ ଆସିଥାଏ । ଯାହା ଏବେ ବନ୍ଦ ହୋଇଯାଇଛି । ରିପୋର୍ଟ ଅନୁସାରେ ଯୁଦ୍ଧ ଯୋଗୁ ପାରସ୍ୟ ଉପସାଗର ଓ ଓମାନ ଉପକୂଳରେ ଭାରତୀୟ ପତାକା ଲାଗିଥିବା ପ୍ରାୟ ୩୮ଟି ପଣ୍ୟବାହୀ ଜାହାଜ ଫସିରହିଛି । ସେଥିରେ ୧୧୦୦ ଭାରତୀୟ ନାବିକ ଅଛନ୍ତି । ଏହି ଜାହାଜ ମଧ୍ୟରେ ତେଲ ଓ ଗ୍ୟାସ୍ ଟ୍ୟାଙ୍କର ମଧ୍ୟ ସାମିଲ ଅଛନ୍ତି ।
Comments are closed, but trackbacks and pingbacks are open.