ଆର୍ଯ୍ୟନ ଖାଁ ଙ୍କ ଜାମିନ ପାଇଁ ୫ ଟି ସର୍ତ୍ତ

24

କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଏନସିବି ଦ୍ୱାରା ଗିରଫ ହୋଇଥିବା ଆରୟନ ଖାନଙ୍କ ବେଲ ଅର୍ଡର ଜାରି ହୋଇଛି । ୫ ଫର୍ଦ୍ଦର ବେଲ ଅର୍ଡର ଜାରି କଲେ ବମ୍ବେ ହାଇକୋର୍ଟ । ୧ ଲକ୍ଷ ଟଙ୍କା ଜାମିନ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଏଥିରେ କୁହାଯାଇଛି । ସେହିପରି ପ୍ରଥମ ସର୍ତ୍ତ ଅନୁଯାୟୀ ସେ ତାଙ୍କ ପାସପୋର୍ଟ କୁ ଅଦାଲତ ରେ ସମର୍ପଣ କରିବେ I ପ୍ରତି ଶୁକ୍ରବାର ୧୧ ଟାରୁ ୨ ଟା ମଧ୍ୟରେ ଏନସିବିରେ କାର୍ଯ୍ୟାଳୟ ରେ ହାଜିର ହେବେ । କୌଣସି ଶହ ଅଭିଯୁକ୍ତଙ୍କ ସହିତ ପ୍ରତ୍ୟକ୍ଷ ବା ପରୋକ୍ଷ ସମ୍ପର୍କ ରଖିପାରିବେ ନାହିଁ I ସାକ୍ଷୀଙ୍କ ଉପରେ ପ୍ରଭାବ କିମ୍ବା ପ୍ରମାଣ ନଷ୍ଟ ପାଇଁ ପ୍ରୟାସ କରିବେ ନାହିଁ ଏବଂ ମାମଲା ସମ୍ପର୍କରେ ସେ କୌଣସି ମନ୍ତବ୍ୟ ଦେବେ ନାହିଁ ବୋଲି ସର୍ତ୍ତ ରଖାଯାଇଛି I ଆର୍ଯ୍ୟନ ଙ୍କ ଜାମିନ୍ ମିଳିବା ପରେ ଶାହାରୁଖ ଖାନଙ୍କ ପରିବାରକୁ ଫେରିଛି ଖୁସି । ମନ୍ନତ ବାଣ ଫୁଟାଯାଇ ଶାହରୁଖ ତାଙ୍କ ପ୍ରଶଂସକ ଙ୍କ ସହିତ ଖୁସି ମନାଇଥିବା ଦେଖିବାକୁ ମିଳିଥିଲା I

Leave A Reply

Your email address will not be published.