ଟି୨୦ କ୍ରିକେଟ ବିଶ୍ୱକପ ଚାମ୍ପିୟାନ ହେଲା ଭାରତ

83

ନୂଆଦିଲ୍ଲୀ: ଅହମ୍ମଦାବାଦ ର ନରେନ୍ଦ୍ର ମୋଦି ଷ୍ଟାଡିଅମ ରେ ରବିବାର ଅନୁଷ୍ଠିତ ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନରେ ହରାଇ ଟି୨୦ କ୍ରିକେଟ ବିଶ୍ୱକପ ଚାମ୍ପିୟାନ ହୋଇଛି ଭାରତ l ସଞ୍ଜୁ ସାମସନ, ଅଭିଷେକ ଶର୍ମା ଓ ଇଶାନ କିଶନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୨୦ ଓଭରରେ ୫ ଉଇକେଟ ହରାଇ ୨୫୫ ରନ କରିଥିଲା। ଟି୨୦ ବିଶ୍ୱକପ ଫାଇନାଲରେ ଏହାଥିଲା ସର୍ବାଧିକ ସ୍କୋର। ୨୫୬ ରନ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ୧୯ ଓଭରରେ ୧୫୯ ରନକରି ଅଲ୍‌ଆଉଟ ହୋଇ ଯାଇଥିଲା। ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ ୨୦୨୬ ଟି-୨୦ ବିଶ୍ୱକପରେ ସଫଳତାର ସହ ନିଜର ଟାଇଟଲ୍ ରକ୍ଷା କରିବାରେ ସଫଳ ହୋଇଛି। ଲଗାତାର ଦ୍ୱିତୀୟ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ହୋଇଛି ଭାରତ।

Comments are closed, but trackbacks and pingbacks are open.