ଜାତିଆଣ ଆକ୍ଷେପରୁ ଫୁଟିଲା ବୋମା, ପୁଣି ଅଶାନ୍ତ ହେଲା ଜଟଣୀ

43

ଖୋର୍ଦ୍ଧା: କିଛି ମାସର ବ୍ୟବଧାନ ପରେ ଜଟଣୀରେ ପୁଣି ଫୁଟିଛି ବୋମା। ଖୋର୍ଦ୍ଧା ଜିଲ୍ଲା ଜଟଣୀ ଉପକଣ୍ଠ ପଦନପୁର ଛକରେ ଦୁଇଟି ବୋମା ଫୁଟିଛି। ଜାତିଆଣ ଆକ୍ଷେପରୁ କଥା କଟାକଟି ପରେ ଉତକ୍ଷିପ୍ତ ହୋଇ ଯୁବକ ଫିଙ୍ଗିଲେ ଦୁଇଟି ବୋମା। ଏଥିରେ ଦୁଇ ଜଣ ଆହତ ହୋଇଥିବା ବେଳେ ଜଣେ ନାବାଳକ ଗୁରୁତର ଅଛନ୍ତି। ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି।
ମିଳିଥିବା ଖବର ଅନୁସାରେ,ପଦନପୁର ଛକରେ ଜାତିଆଣ ଆକ୍ଷେପକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ କଥା କଟା କଟି ହୋଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଯୁବକ ଜଣଙ୍କ ଅପରଗୋଷ୍ଠୀକୁ ଦୁଇଟି ବୋମା ଫିଙ୍ଗିଥିଲେ। ଯେଉଁଥିରେ ଘଟଣାସ୍ଥଳରେ ଥିବା ଦୁଇ ଜଣ ଆହତ ହୋଇଥିଲେ। ଆହତଙ୍କୁ ଉଦ୍ଧାର କରି ପ୍ରଥମେ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ଗୁରୁତର ଥିବାରୁ ଦୁଇ ଆହତଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି। ସେପଟେ ବୋମା ବିସ୍ଫୋରଣରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ପିପିଲି-ଖୋର୍ଦ୍ଧା ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ପ୍ରାୟ ୨ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ। ତେବେ ଘଟଣା ସଂପର୍କରେ ଖବର ପାଇ ଜଟଣୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ପରେ ହଟିଥିଲା ରାସ୍ତାରୋକ। ଏବେ ଗାଡ଼ି ଚଳାଚଳା ସ୍ୱାଭାବିକ ହୋଇଛି । ପୋଲିସ ଘଟଣାସ୍ଥଳ ଯାଞ୍ଚ କରିଥିଲା । ବୋମା ମାଡ଼ କରିଥିବା ଯୁବକର ନାଁ ଚନ୍ଦ୍ରକାନ୍ତ ହରିଚନ୍ଦନ ବୋଲି ଜଣାପଡ଼ିଛି। ଆହତ ହୋଇଥିବା ପିଲାମାନେ ହେଲେ ସ୍ମୃତି ରଞ୍ଜନ ନାୟକ, କୃଷ୍ଣ ନାୟକ ଓ ଆଶିଷ ନାୟକ।

Comments are closed, but trackbacks and pingbacks are open.