ଆର୍ଯ୍ୟନ ଡ୍ରଗ୍ସ ମାମଲା :କିରଣ ଗୋଶାବୀ ଗିରଫ

32

ପ୍ରାଇଭେଟ ଡିଟେକ୍ଟଇଭ ତଥା ଆର୍ଯ୍ୟନ ଖାଁ ନିଶା ପାର୍ଟି ମାମଲାରେ ଅନ୍ୟତମ ସାକ୍ଷୀ କିରଣ ଗୋଶାବି କୁ ଆଜି ପୁନେ ପୋଲିସ ଗିରଫ କରିଛି I ଏନସିବି ଅଫିସର ସମୀର ୱଁଖେଡେ ଙ୍କ ବିରୋଧରେ ୨୫ କୋଟି ଟଙ୍କାର ଲାଞ୍ଚ କାରବାର ଅଭିଯୋଗରେ ଗୋଶାବି ଙ୍କ ସହିତ ତାଙ୍କ ଅଙ୍ଗରଖି ତଥା ଡ୍ରାଇଭର ପ୍ରଭାକର ସିଲ ଅନ୍ୟତମ ସାକ୍ଷୀ ଥିଲେ I ତେବେ ପ୍ରଭାକର ଙ୍କ ସାଙ୍ଘାତିକ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ସମୀର ୱଁଖେଡେ ଉପରେ ଲଗାଇଥିଲେ Iଏହାପରଠାରୁ ଗୋଶାବି ଫେରାର ଥିଲେ ଯାହା ଶୁଣାଯାଉଥିଲା ଗୋଶାବି ଲଖନଉ ରେ ଆତ୍ମସମର୍ପନ କରିବେ ବୋଲି Iକିନ୍ତୁ ପୁନେ ପୋଲିସ ର ଏକ ଦଳ ତାଙ୍କୁ ଗିରଫ ପାଇଁ ଲଖନଉ ପହଂଚିଥିଲେ I
ସୂଚନା ଅନୁସାରେ ପ୍ରାଇଭେଟ ଡିଟେକ୍ଟଇଭ କିରଣ ଗୋଶାବି ର ରିପୋର୍ଟ ଅନୁସାରେ ଏନସିବି ପକ୍ଷରୁ କ୍ରୁଜ ନିଶା ପାର୍ଟି ରେ ଚଢ଼ାଉ କରି ଆର୍ଯ୍ୟନ ଖାଁ ଙ୍କ ସମେତ ୯ ଜଣଙ୍କୁ ଗିରଫ କରାଯାଇଥିଲା ଇ ତେବେ ଦୀର୍ଘ ୨୫ ଦିନ ଧରି ଆର୍ଯ୍ୟନ ଖାଁ ଙ୍କ ସମେତ ତାଙ୍କ ବନ୍ଧୁମାନେ ଆର୍ଥର ରୋଡ଼ ଜେଲରେ ରହିବା ପରେ ମୁମ୍ବାଇ ହାଇକୋର୍ଟ ଆଜି ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି I

Leave A Reply

Your email address will not be published.