ଏକାଠି ହେଲେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ବିଜେଡି ଓ କଂଗେସ

77

ଭୁବନେଶ୍ୱର: ରାଜ୍ୟସଭା ପାଇଁ ଏକାଠି ହେଲେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ବିଜେଡି ଓ କଂଗ୍ରେସ । ଏହାକୁ ନେଇ ନବୀନ ପଟ୍ଟନାୟକ କହିଛନ୍ତି ସମୟ କହିବ ଭବିଷ୍ୟତ ଏବଂ ଇତିହାସ କଣ ହେବ । ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ରାଜ୍ୟର ସ୍ବାର୍ଥ ପାଇଁ ଏକାଠି ହୋଇଛନ୍ତି ଦୁଇଦଳ । ଏଥିପାଇଁ ଏଆଇସିସିର ବି ମୋହର ବାଜିଛି । ବିଜେପି କହିଛି ବିଜେଡ଼ି ଓ କଂଗ୍ରେସ ପୂର୍ବରୁ ମିଶିକି ଅଛନ୍ତି । ଏଥିରେ କୌଣସି ନୂଆ କଥା ନାହିଁ । ବିଧାନସଭାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ପିସିସି ସଭାପତି ଭକ୍ତ ଦାସ ପାଖାପାଖି ସିଟ୍ ରେ ବସି ଜଣେ ରାଜ୍ୟସଭା ପ୍ରାର୍ଥିଙ୍କୁ ସମର୍ଥନ ଦେଇଛନ୍ତି । କେବଳ ନବୀନ କି ଭକ୍ତ ନୁହଁନ୍ତି, ବିଜେଡି ଓ କଂଗ୍ରେସର ତମାମ ବିଧାୟକ ମଧ୍ୟ ଗୋଟିଏ ସ୍ଥାନରେ ଏକାଠି ହୋଇଛନ୍ତି । ଆଗକୁ ରାଜ୍ୟ ରାଜନୀତିରେ ଏକ ବଡ ସମୀକରଣ ହେବାକୁ ଯାଉଛି ଆଲୋଚନା ହେଉଛି l

Comments are closed, but trackbacks and pingbacks are open.