ଆତ୍ମସମର୍ପଣ କଲେ ନିଲମ୍ବିତ ଥାନା ଅଧିକାରୀ ରାଜେଶ ବଳିଆର ସିଂ

164

ଭୁବନେଶ୍ୱର: ଅସ୍ତରଙ୍ଗ ଥାନାର ନିଲମ୍ବିତ ଥାନା ଅଧିକାରୀ ରାଜେଶ ବଳିଆର ସିଂ କୋରାପୁଟ ଜିଲ୍ଲା କୋର୍ଟରେ ଆତ୍ମସମର୍ପଣ କଲେ । ଚୋରା ଗଞ୍ଜେଇ କାରବାରରେ ସାମିଲ ଥିବା ଅଭିଯୁକ୍ତଙ୍କ ସହ ଲିଙ୍କ୍ ଘଟଣାରେ ଜେରା ବେଳେ ପୁଲିସକୁ ଚକମା ଦେଇ ଖସି ଯାଇଥିଲେ। ଗତବର୍ଷ ଅଗଷ୍ଟ ୧୬ ତାରିଖରୁ ଫୋରାର ଥିଲେ। ସାତ ମାସ ପରେ ଆତ୍ମସମର୍ପଣ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ନିଲମ୍ବିତ ପୂର୍ବତନ ଇନ୍ସପେକ୍ଟର ରାଜେଶ ଓ ଏଏସ୍ଆଇ କୃଷ୍ଣଚନ୍ଦ୍ର ୨୦୨୧ରେ କୋରାପୁଟ ଜିଲ୍ଲା ଜୟପୁର ଟାଉନ୍ ଥାନାରେ ଥିଲେ । ସେତେବେଳେ ଜଣେ କୁଖ୍ୟାତ ଗଞ୍ଜେଇ ମାଫିଆଙ୍କ ଦୁଇ ଜଣଙ୍କର ଲିଙ୍କ୍ ଥିଲା । ଉକ୍ତ ମାଫିଆଙ୍କ କଥାରେ ଏହି ଦୁଇ ଜଣ ପୁଲିସ୍ ବାବୁ ଅନ୍ୟ ଗଞ୍ଜେଇ ବେପାରୀଙ୍କୁ ଧରୁଥିଲେ। ଏହି ସମୟରେ ଜଣେ ଗଞ୍ଜେଇ ବେପାରୀର ପୁଲିସ୍ ହେପାଜତ(ଥାନା ବାହାରେ) ମୃତ୍ୟୁ ହୋଇଥିଲା । ତେବେ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରି କିଛି ଟେର ପାଇ ନଥିଲା । ଏହି ସମୟରେ ମାମଲା କ୍ରାଇମ୍ବ୍ରାଞ୍ଚକୁ (ସିଆଇଡିସିବି୧୭/୨୦୨୧) ଯାଇଥିଲା । ଏହା ପରେ ଦୁଇ ଜଣ ବାବୁ କେରାପୁଟରୁ ବଦଳି ହୋଇ ହୋଇ ପୁରୀ ପଳାଇ ଆସିଥିଲେ । ଦୀର୍ଘ ଦିନ ତଦନ୍ତ ପରେ କ୍ରାଇମ୍ବ୍ରାଞ୍ଚ ଗଞ୍ଜେଇ ମାଫିଆଙ୍କ ଲିଙ୍କ୍ ପାଇଥିଲା । ଉକ୍ତ ମାଫିଆଙ୍କଠାରୁ ଇନ୍ସପେକ୍ଟର ରାଜେଶ ଓ ଏଏସ୍ଆଇ କୃଷ୍ଣଚନ୍ଦ୍ରଙ୍କୁ ଧରିବାକୁ ଯୋଜନା କରିଥିଲା । କ୍ୟାପିଟାଲ ଥାନାରେ ପଚରାଉଚରା ବେଳର ପରିସ୍ରା ବାହାନାରେ ରାଜେଶ ପୁଲିସ୍‌କୁ ଚକମା ଦେଇ ଫେରାର ହୋଇ ଯାଇଥିଲା।

Comments are closed, but trackbacks and pingbacks are open.