ଭକ୍ତଦାସଙ୍କ ଦିଲ୍ଲୀ ଗସ୍ତ: ପାର୍ଥୀ ତାଲିକା ନେଇ ଦେଲେ ସୂଚନା

57

ଭୁବନେଶ୍ୱର: ରାଜ୍ୟ ସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜନୈତିକ ଦଳ ଗୁଡିକରେ ହଲଚଲ ଦେଖିବାକୁ ମିଳିଛି l ଶୁକ୍ରବାର ପିସିସି ସଭାପତି ଭକ୍ତ ଚରଣ ଦାସ ଦିଲ୍ଲୀ ଯାଇଛନ୍ତି। ଦିଲ୍ଲୀ ଯିବା ପୂର୍ବରୁ ଭକ୍ତ ଦାସ ବଡ଼ ସୂଚନା ଦେଇ କହିଛନ୍ତି, ୫ଟି ନାଁକୁ ନେଇ ଆଲୋଚନା ଚାଲିଛି। ରାଜ୍ୟର ଜଣେ ପ୍ରତିଭା ସମ୍ପନ୍ନ ବ୍ୟକ୍ତିଙ୍କୁ କଂଗ୍ରେସ ପ୍ରାର୍ଥୀ କରିବ।ହାଇକମାଣ୍ଡଙ୍କ ସହ କଥା ହେବାକୁ ଦିଲ୍ଲୀ ଯାଉଛି, ପ୍ରାର୍ଥୀ ଫାଇନାଲ ହେବ। ତାଲିକାରେ ପ୍ରଫେସର ପ୍ରଭାସ ପଟ୍ଟନାୟକ, ଆଇନଜୀବୀ ପିକେ ରାଏ, ଲଳିତ ମାନସିଂହ, ଡାକ୍ତର ସୁବ୍ରତ ଆଚାର୍ଯ୍ୟ ଓ ଦତ୍ତେଶ୍ୱର ହୋତାଙ୍କ ନାଁ ରହିଛି। ଆମେ ରାଜନୀତିରେ ଘୋଡ଼ା ବେପାର ବନ୍ଦ କରିବାକୁ ଚାହୁଁଛୁ ବୋଲି ଭକ୍ତ କହିଛନ୍ତି।

Comments are closed, but trackbacks and pingbacks are open.