ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ କୁ ବେଆଇନ ଘୋଷଣାକଲେ ଆମେରିକା ସୁପ୍ରିମକୋର୍ଟ

122

ୱାସିଂଟନ: ଶୁକ୍ରବାର ଆମେରିକା ସୁପ୍ରିମକୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ କୁ ବେଆଇନ ଘୋଷଣା କରି ରଦ୍ଦ କରିଛନ୍ତି।ମୁଖ୍ୟ ବିଚାରପତି ଜନ ରବର୍ଟସ୍‌ଙ୍କ ନେତୃତ୍ୱରେ ୬-୩ ବହୁମତରେ ଏହି ନିଷ୍ପତ୍ତି ଶୁଣାଯାଇଛି। କୋର୍ଟ ନିମ୍ନ ଅଦାଲତର ସେହି ଆଦେଶକୁ ବଜାୟ ରଖିଛନ୍ତି, ଯେଉଁଥିରେ ଟ୍ରମ୍ପଙ୍କ ଟାରିଫ ନୀତିକୁ ଅସମ୍ବିଧାନିକ କୁହାଯାଇଥିଲା।କୋର୍ଟଙ୍କ କହିବା ଅନୁଯାୟୀ, ୧୯୭୭ର ଏକ ଜରୁରୀକାଳୀନ ଆଇନକୁ ଭୁଲ ଭାବେ ବ୍ୟବହାର କରି ଟ୍ରମ୍ପ ନିଜ କ୍ଷମତାର ସୀମା ଅତିକ୍ରମ କରିଛନ୍ତି। କେବଳ ଜରୁରୀ ପରିସ୍ଥିତି ପାଇଁ ଉଦ୍ଦିଷ୍ଟ ଏହି ଆଇନକୁ ବ୍ୟବହାର କରି ବ୍ୟାପକ ଭାବେ ଟାରିଫ ଲଗାଇବା ବେଆଇନ। ଆମେରିକୀୟ ସମ୍ବିଧାନ ଅନୁଯାୟୀ, ଟ୍ୟାକ୍ସ କିମ୍ବା ଟାରିଫ ଧାର୍ଯ୍ୟ କରିବା ଅଧିକାର କେବଳ ‘କଂଗ୍ରେସ’ (ସଂସଦ) ପାଖରେ ଅଛି, ରାଷ୍ଟ୍ରପତିଙ୍କ ପାଖରେ ନୁହେଁ। କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ବିଶ୍ୱ ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଭାରତ ସମେତ ଅନେକ ଦେଶ ଟ୍ରମ୍ପଙ୍କ ଏହି ଟାରିଫ ନୀତି ଯୋଗୁ ପ୍ରଭାବିତ ହେଉଥିଲେ। ଆନୁମାନିକ ଭାବେ ଟ୍ରମ୍ପ ପ୍ରଶାସନକୁ ଏପର୍ଯ୍ୟନ୍ତ ସଂଗ୍ରହ କରାଯାଇଥିବା ପ୍ରାୟ ୧୭୫-୧୮୦ ବିଲିୟନ ଡଲାର ଟାରିଫ ଅର୍ଥ ବିଭିନ୍ନ କମ୍ପାନୀମାନଙ୍କୁ ଫେରସ୍ତ କରିବାକୁ ପଡ଼ିପାରେ।

Comments are closed, but trackbacks and pingbacks are open.