ଭୁବନେଶ୍ୱର: ଥାଇଲାଣ୍ଡରେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି । ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ବୈଦଶିକ ମନ୍ତ୍ରାଳୟକୁ ଚିଠି ଲେଖି ଅବଗତ କରାଯାଇଛି । ପ୍ରିନ୍ସପାଲ୍ ରେସିଡେଣ୍ଟ କମିଶନର ଓ ଲେବର କମିଶନରଙ୍କ ପକ୍ଷରୁ ଚିଠି ଲେଖାଯାଇଛି । ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଫେରାଇ ଆଣିବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।
ଖବର ଅନୁସାରେ, ରାଜକନିକା ବ୍ଲକ୍ ଜୟନଗର ପଞ୍ଚାୟତ କୁଜିପୁର ଗାଁର ଉମାକାନ୍ତ ସାହୁଙ୍କ ପୁଅ ଯଶୋବନ୍ତ, ନୂଆଗାଁର ରବୀନ୍ଦ୍ର ମଲିକଙ୍କ ପୁଅ ଜୟନ୍ତ, ବରାଡିଆ ପଞ୍ଚାୟତ ଉପୁଳାଇ ଗାଁର ଫକୀର ଚରଣ ରାଉତଙ୍କ ପୁଅ ପ୍ରଶାନ୍ତ, କାଟଣାବଣିଆଁ ପଞ୍ଚାୟତ କାଟଣାବଣିଆ ଗାଁର ହରିହର ବେହେରାଙ୍କ ପୁଅ ହେମନ୍ତ ଓ ଚାନ୍ଦବାଲି ବ୍ଲକ୍ କୌଡିଆପାଳ ଗାଁର ସନାତନ ସାହୁଙ୍କ ପୁଅ ମନୋରଞ୍ଜନ ପରିବାର ପ୍ରତିପୋଷଣ ଲାଗି ୨୦୨୫ ମସିହା ଅଗଷ୍ଟ ମାସରେ ଉତ୍ତରପ୍ରଦେଶ ଗୋରଖପୁର ଅଞ୍ଚଳର ଓମ୍ ପ୍ରକାଶ ଓ ଜୟ ପ୍ରକାଶ ପ୍ଲାଏଉଡ୍ କମ୍ପାନୀରେ କାମ କରାଇବା ଲାଗି ଏହି ଯୁବକମାନଙ୍କୁ ଟୁରିଷ୍ଟ ଭିସାରେ ଥାଇଲାଣ୍ଡର ଚାନ ବୁରୀ ଅଞ୍ଚଳକୁ ନେଇଥିଲେ । ଏହି ଦଲାଲମାନେ ସେମାନଙ୍କୁ ମାସିକ ୨୫ ହଜାର ଟଙ୍କା ଦେବେ ବୋଲି କହିଥିଲେ । ସଂପୃକ୍ତ ଯୁବକମାନେ ସେଠାରେ କାମ କରିଥିଲେ । ୩ ମାସ ସେମାନଙ୍କୁ ଠିକ୍ ଭାବରେ ପାରିଶ୍ରମିକ ମିଳିଥିଲା । ଏହା ପରେ ୪ ମାସ ହେବ ସେମାନଙ୍କୁ ପାରିଶ୍ରମିକ ମିଳୁନଥିବା ବେଳେ ମାଲିକ ସେମାନଙ୍କ ଭିସା ଛଡ଼ାଇ ନେଇଛନ୍ତି ।
Prev Post
Comments are closed, but trackbacks and pingbacks are open.