ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବିଧାନସଭାର ବଜେଟ ଅଧିବେସନ

110

ଭୁବନେଶ୍ବର: ଆରମ୍ଭ ହେଲା ବିଧାନସଭାର ବଜେଟ ଅଧିବେସନ। ପରଂପରା ଅନୁସାରେ ଏହି ଅଧିବେସନ ଆରମ୍ଭ ଦିନ ରାଜ୍ୟପାଳ ଅଭିଭାଷଣ ରଖିବେ। ସେହି ଅନୁସାରେ ରାଜ୍ୟପାଳ ଡ ହରିବାବୁ କୁମ୍ଭମପାଟି ବିଧାନସଭାରେ ନିଜର ଅଭିଭାଷଣ ରଖିଛନ୍ତି। ସେ ଜୟ ଜଗନ୍ନାଥ କହି ତାଙ୍କର ଅଭିଭାଷଣ ଆରମ୍ଭ କରିଛନ୍ତି। ଏହାପରେ ସେ ଗୃହର ଦିବ୍ୟଗଂତ ପୂର୍ବତନ ବିଧାୟକ ଏବଂ ସିପାହୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ରାଜ୍ୟପାଳ ବିଧାନସଭାରେ ପ୍ରବେଶ କରିବା ପରେ ତାଙ୍କୁ ବାଚସ୍ପତି,ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀଗଣ ସ୍ବାଗତ କରିଥିଲେ। ଏହାପରେ ବିଧାନସଭା ତରଫରୁ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ଆସନ୍ତା 20 ତାରିଖରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟ ବଜେଟ ଉପସ୍ଥାପନା କରିବେ।

Comments are closed, but trackbacks and pingbacks are open.