ସେକ୍ସ ରାକେଟର ପର୍ଦ୍ଦା ଫାସ: ଓଡ଼ିଶା ସହିତ ବିଭିନ୍ନ ରାଜ୍ୟର ଯୁବତୀ ଉଦ୍ଧାର

117

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଗାଜିଆବାଦରୁ ଏକ ବଡ଼ ସେକ୍ସ ରାକେଟ ପୋଲିସ ଧରିଛି । ଯେଉଁଥିରେ ୧୧ ଜଣ ଯୁବତୀ ଉଦ୍ଧାର ହୋଇଥିବାବେଳେ ୫୦୦ ରୁ ଉର୍ଦ୍ଧ୍ୱ ଯୁବତୀ ଏଥିରେ ସାମିଲ ଥିବା ପୋଲିସ ଜାଣିବାକୁ ପାଇଛି । ଏଥିରେ ସମ୍ପୃକ୍ତ ୩ ଜଣ ଦଲାଲଙ୍କୁ ଗିରଫ କରାଯାଇଛି ଏବଂ ଆଉ କିଛି ଦଲାଲ ଫେରାର ଅଛନ୍ତି । ଗିରଫଙ୍କ ମଧ୍ୟରେ ହୋଟେଲ ମ୍ୟାନେଜର ରାହୁଲ ଶର୍ମା (୪୬), ଯିଏ ଏହାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ୱେଟର ସୁନୀଲ ସିଂହ (୩୯) ଏବଂ ଅଙ୍କିତ ଚୌହାନ (୧୯)ଙ୍କୁ ମଧ୍ୟ ଗିରଫ କରାଯାଇଛି। ଗାଜିଆବାଦର ମହାଗୁନ ସରୋବର ପୋର୍ଟିଗୋ ନାମକ ଏକ ହୋଟେଲରେ ସେକ୍ସ ରାକେଟ୍ ପରିଚାଳିତ ହେଉଥିଲା। ମ୍ୟାନେଜରଙ୍କ ଫୋନରେ ୫00 ଯୁବତୀଙ୍କ ଫଟୋ ମିଳିଛି । ଇନ୍ଦିରାପୁରମ ଏସିପି ଅଭିଷେକ ଶ୍ରୀବାସ୍ତବ କହିଛନ୍ତି ଯେ ପୋଲିସ ଟିମ୍ ବୈଶାଲୀର ସେକ୍ଟର ୩-ଏଫ୍ ସ୍ଥିତ ହୋଟେଲରେ ଗତକାଲି ଅପରାହ୍ନ ପ୍ରାୟ ୨ଟା ସମୟରେ ଚଢାଉ କରିଥିଲେ । ପୋଲିସ ହୋଟେଲରେ ପହଞ୍ଚିବା ମାତ୍ରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ପୋଲିସ ହୋଟେଲର ବିଭିନ୍ନ କୋଠରୀରୁ ଦେହ ବ୍ୟବସାୟ ପାଇଁ ସେଠାକୁ ଅଣାଯାଇଥିବା ୧୧ ଜଣ ଯୁବତୀଙ୍କୁ ଉଦ୍ଧାର କରିଥିଲା। ଏହି ସମୟରେ କିଛି ଲୋକ ଖସି ପଳାଇ ଯାଇଥିଲେ। ଉଦ୍ଧାର ଯୁବତୀମାନେ ବିଭିନ୍ନ ରାଜ୍ୟରୁ ଆସିଛନ୍ତି । ହୋଟେଲରୁ ଉଦ୍ଧାର ହୋଇଥିବା ଯୁବତୀମାନଙ୍କ ବୟସ ୨୧ ରୁ ୩୧ ବର୍ଷ ମଧ୍ୟରେ । ସେମାନେ ଗୁଜରାଟ, ଦିଲ୍ଲୀ, ପଶ୍ଚିମବଙ୍ଗ ଏବଂ ଓଡ଼ିଶାର। ପଚରାଉଚରା ସମୟରେ ଯୁବତୀମାନେ ପ୍ରକାଶ କରିଛନ୍ତି ଯେ ରାହୁଲ ସେମାନଙ୍କୁ ଚାକିରି ବାହାନାରେ ହୋଟେଲକୁ ଆଣି ଅବୈଧ ବ୍ୟବସାୟରେ ସାମିଲ ହେବାକୁ ବାଧ୍ୟ କରିଥିଲା । ଗ୍ରାହକମାନଙ୍କଠାରୁ ୧୫,୦୦୦ ରୁ ୨୦,୦୦୦ ଟଙ୍କା ଆଦାୟ କରାଯାଉଥିଲା । କିନ୍ତୁ ସେମାନଙ୍କୁ ପ୍ରତି ରାତି ପାଇଁ ମାତ୍ର ୫,୦୦୦ ଟଙ୍କା ଦିଆଯାଉଥିଲା। ଏସିପି କହିଛନ୍ତି ଯେ, ରାକେଟ୍‌ରେ ସାମିଲ ଥିବା ଉତ୍ତରାଖଣ୍ଡର କୋଟଦ୍ୱାରର ବାସିନ୍ଦା ସୁମିତ ରାୱତ, ରାହୁଲ, ନିର୍ଦୋଷ ଏବଂ ଅଫଜଲ ଫେରାର୍ ଅଛନ୍ତି । ପୋଲିସ ସେମାନଙ୍କୁ ଖୋଜୁଛି। ନିର୍ଦୋଷ ନାମକ ବ୍ୟକ୍ତି ଏକ ରାଜନୈତିକ ଦଳ ସହିତ ଜଡିତ ବୋଲି ମଧ୍ୟ କୁହାଯାଉଛି।” 

Comments are closed, but trackbacks and pingbacks are open.