ଓମ୍ ବିର୍ଲାଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ ଆଣିଲା କଂଗ୍ରେସ

112

ନୂଆଦିଲ୍ଲୀ: ଓମ୍ ବିର୍ଲାଙ୍କ ନାଁରେ ଅନାସ୍ଥା ନୋଟିସ୍ ଦେଲା କଂଗ୍ରେସ। ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନାଁରେ ଅନାସ୍ଥା। ଲୋକସଭା ସେକ୍ରେଟାରୀ ଜେନେରାଲଙ୍କୁ ନୋଟିସ୍ ଦେଲା କଂଗ୍ରେସ। ଲୋକସଭାରେ ପକ୍ଷପାତିତା ଅଭିଯୋଗ ଆଣି ଅନାସ୍ଥା ନୋଟିସ୍ ଦେଇଛି କଂଗ୍ରେସ। ବିରୋଧୀ ଦଳର ନେତାମାନଙ୍କୁ କହିବାକୁ ଅନୁମତି ଦେଉ ନଥିବା ଅଭିଯୋଗ ହୋଇଛି। ୧୧୮ ସାଂସଦ ପ୍ରସ୍ତାବକୁ ସମର୍ଥନ କରିଥିବା ସୂଚନା ମିଳିଛି। ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ ଅନାସ୍ଥା ପ୍ରସ୍ତାବରେ ସ୍ୱାକ୍ଷର କରିନଥିବା ସୂଚନା ମିଳିଛି। ଟିଏମସି ନେତା କହିଛନ୍ତି ଯେ ସେ ସଂସଦକୁ ସୁଗମ ଭାବରେ ଚାଲିବାକୁ ଦେବା ସପକ୍ଷରେ ଅଛନ୍ତି। ଏହି ପ୍ରସ୍ତାବ ସାଂସଦ ଗୌରବ ଗୋଗୋଇ, ସାଂସଦ କେ. ସୁରେଶ ଏବଂ ସାଂସଦ ମହମ୍ମଦ ଜାଭେଦ ଆଗତ କରିଥିଲେ। ନିୟମ ୯୪ସି ଅନୁଯାୟୀ ୧୦୦ ରୁ ଅଧିକ ସାଂସଦ ଅନାସ୍ଥା ପ୍ରସ୍ତାବରେ ସ୍ୱାକ୍ଷର କରିଛନ୍ତି।

Comments are closed, but trackbacks and pingbacks are open.