ତୈଳଦର ବୃଦ୍ଧିରେ ବ୍ରେକ ଲାଗୁନି : ଉପାନ୍ତରେ ପେଟ୍ରୋଲ ୧୧୫ ଟଙ୍କା ପାର

28

ଦେଶରେ ହୁ ହୁ ହୋଇ ବଢି ଚାଲିଛି ପେଟ୍ରୋଲ ଡିଜେଲ ଦର I ସେହିପରି ରାଜ୍ୟରେ ମଧ୍ୟ ସମାନ ଗତିରେ ତୈଳଦର ବଢିଚାଲିଛି I ଗତ ଦୁଇଦିନ ପରେ ଆଜି ପେଟ୍ରୋଲ ଦର ବୃଦ୍ଧି ହୋଇ ଲିଟର ପିଛା ମୂଲ୍ୟ ୫୮ ପଇସା ରେ ପହଂଚିଛି । ତା ସାଙ୍ଗକୁ ଡିଜେଲ ଦର ମଧ୍ୟ ତାଳ ଦେଇ ବଢି ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି । ରାଜ୍ୟର ଉପାନ୍ତ ଅଂଚଳ ମାଲକାନଗିରି ର କାଲିମେଳାରେ ପେଟ୍ରୋଲ ଦର ୧୧୫ ଟଙ୍କା ୫୨ ପଇସାରେ ପହଞ୍ଚିଛି । ସେହିଭଳି ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୮ ଟଙ୍କା ୯୦ ପଇସା ରେ ରହିଛି । କଟକରେ ମଧ୍ୟ ପେଟ୍ରୋଲ ଦର ୧୦୯ଟଙ୍କା ୨୫ ପଇସା ରେ ପହଂଚିଛି I
କ୍ରମାଗତ ଭାବରେ ଏହିଭଳି ଭାବେ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇବା ଫଳରେ ବସ ଭଡା ବଢି ବଢି ଚାଲିଛି । ସାଧାରଣ ଖଟିଖିଆ ଲୋକଙ୍କ ଉପରେ ଏହାର ବଡ ପ୍ରଭାବ ପଡୁଛି ଇ ତେଲ ଦର ସହିତ ପରିବା ଦର ଆକାଶଛୁଆଁ ହେଲାଣି, ତେଲ ଦର ବଢିବା ଦ୍ୱାରା ଟ୍ରାନ୍ସପୋର୍ଟିଂ ଚାର୍ଜ ବଢୁଛି । ଯାହାଫଳରେ ବଜାର ଦର ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ହୋଇଛି I ଦୁଇ ଦୁଇ ଟି କରୋନା ମାଡ଼ରେ ନଇଁ ପଡିଥିବା ସାଧାରଣ ମଧ୍ୟବିତ୍ତ ଗୃହସ୍ଥଟି ପରିବାର ଚଳାଇବା ଅତ୍ୟନ୍ତ କଷ୍ଟକର ହୋଇପଡିଛି I

Leave A Reply

Your email address will not be published.