ନଭେମ୍ବର ୧ ରେ(+୩)ପ୍ରଥମ ବର୍ଷ ଓ ୧୫ ରେ ପିଜି ପ୍ରଥମ ବର୍ଷ ପିଲାଙ୍କ କ୍ଲାସ ଆରମ୍ଭ ହେବ

0 131

ନଭେମ୍ବର ୧ରୁ ୟୁଜି (+3) ପ୍ରଥମ ବର୍ଷ ଓ ନଭେମ୍ବର ୧୫ରୁ ପିଜି (ସ୍ନାତ୍ତୋକତର) ପ୍ରଥମ ବର୍ଷ ପିଲାଙ୍କ ର ଅଫ ଲାଇନ ବା ଶ୍ରେଣୀ ଗୃହରେ ପାଠପଢ଼ା ଆରମ୍ଭ ହେବ। ଏନେଇ ଆଜି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛନ୍ତି। ତେବେ କୋଭିଡ୍ କଟକଣା ମାନି ଶ୍ରେଣୀଗୃହ ପାଠପଢ଼ା ନେଇ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ।
ସେହିପରି ଛାତ୍ରଛାତ୍ରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ସେମାନେ ନିୟମିତ ବ୍ୟବଧାନରେ ହାତ ସଫା କରିବେ। ଶ୍ରେଣୀ ଗୃହ, ପାଠାଗାର ତଥା ଲାବୋରଟୋରୀ ଗୁଡ଼ିକରେ ଛାତ୍ରଛାତ୍ରୀମାନେ ସେମାନଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବେ। କେହି କଲେଜ ବା ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ବାହାରେ ଏଣେତେଣେ ଛେପ ପକାଇ ପାରିବେ ନାହିଁ। ଶ୍ରେଣୀ ଗୃହ ପାଠପଢ଼ା ଆରମ୍ଭ କରିବା ସହିତ ହଷ୍ଟେଲ ଗୁଡ଼ିକୁ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି I

Leave A Reply

Your email address will not be published.