ନବୀନ ନିବାସ ଘେରାଉ ବେଳେ ପୋଲିସ-ଯୁବ କଂଗ୍ରେସ କର୍ମୀ ମୁହାଁମୁହିଁ

24

ମମିତା ମେହେର ହତ୍ୟା ଘଟଣାରେ ଛାତ୍ର କଂଗ୍ରେସ ଆଜି ପ୍ରତିବାଦ କରି ଶୋଭାଯାତ୍ରା ରେ ବାହାରି ଥିଲେ I ଭୁବନେଶ୍ୱରରେ କଂଗ୍ରେସର ଆନ୍ଦୋଳନ ବେଳେ ଆନ୍ଦୋଳନକାରୀ ମାନଙ୍କ ତୁମୁଳକାଣ୍ଡ ଦେଖିବାକୁ ମିଳିଥିଲା ।ଏହି ସମୟରେ ନବୀନ ନିବାସ ଘେରାଉ ପାଇଁ ବ୍ୟାରିକେଡ଼ ଭାଙ୍ଗିଥିଲେ ଯୁବ କଂଗ୍ରେସ କର୍ମୀ । ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି ଆନ୍ଦୋଳନକାରୀ । ଫଳରେ କିଛି ଆନ୍ଦୋଳନକାରୀଙ୍କୁ ଉଠାଇନେଇଛି କମିଶନରେଟ ପୋଲିସ । ଛାତ୍ର କଂଗ୍ରେସର ଜିଲ୍ଲା ସଭାପତି ଓ କର୍ମକର୍ତା ମାନେ ଏହି ଘଟଣାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେପଟେ କଂଗ୍ରେସ ଆନ୍ଦୋଳନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି କମିଶନରେଟ୍ ପୋଲିସ । ନବୀନ ନିବାସକୁ ଥିବା ସମସ୍ତ ରାସ୍ତାକୁ ସିଲ କରାଯାଇଛି । ୨୨ ପ୍ଲାଟୁନ ପୋଲିସ ଫୋର୍ସ ମୂତୟନ ହୋଇଛି । ନବୀନ ନିବାସ ଯିବାକୁ ଥିବା ରାସ୍ତାର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ବ୍ୟାରିକେଡ଼ ଭାଙ୍ଗି ଆଗକୁ ଯିବାକୁ ଅଗ୍ରସର ବେଳେ ପୋଲିସ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । କିଛି ଆନ୍ଦୋଳନକାରୀଙ୍କୁ ଉଠାଇନେଇଛି ପୋଲିସ ।
ସେହିପରି ମମିତା ମେହେର ମାମଲାକୁ ନେଇ କଟକ ଡିଜି ଅଫିସ ଘେରାଉ କରିଛି ରାଜ୍ୟ ଯୁବ କଂଗ୍ରେସ । କଟକ ଗୌରୀଶଙ୍କର ପାର୍କ ପାଖେ ଏକ ବିଶାଳ ସମାବେଶ କରିଛି । ଏହାପରେ ପ୍ରତିନିଧି ଦଳ ପୁଲିସ ଡିଜିଙ୍କୁ ଭେଟି ମମିତାଙ୍କ ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାବି କରିବେ । ସେପଟେ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି ସହ ଅଭିଯୁକ୍ତ ଗୋବିନ୍ଦ ସାହୁକୁ କଠୋର ଦଣ୍ଡ ଦେବାକୁ ଦାବି କରି ପ୍ରତିବାଦ କରୁଛି କଂଗ୍ରେସ । ପ୍ରତିବାଦ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଛି । ପ୍ରତ୍ୟକ ଦିନ କୌଣସି ନ କୌଣସି ଦଳର ପ୍ରତିବାଦ ଶୋଭାଯାତ୍ରା ବେଳେ ରାସ୍ତାଘାଟ ପ୍ରବଳ ଜାମ ହେଉଛି I ଫଳରେ ଜରୁରୀ ଆବଶ୍ୟକୀୟ କାମରେ ବାହାରିଥିବା ଜନସାଧାରଣ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି I

Leave A Reply

Your email address will not be published.