ଅହମ୍ମଦାବାଦ ଓ ଲକ୍ଷ୍ନୌ ଆଇପିଏଲରେ ଦୁଇ ନୂଆ ଟିମ୍

20

ଅହମ୍ମଦାବାଦ ଓ ଲକ୍ଷ୍ନୌ ଦୁଇଟି ନୂଆ ଟିମ୍ ଭାବେ ଆସନ୍ତାବର୍ଷଠୁ କ୍ରିକେଟ୍ ଲିଗ୍ ଆଇପିଏଲ୍ ମ୍ୟାଚ ରେ ଅଂଶଗ୍ରହଣ କରିବେ I ସେହି ହିସାବରେ ଆସନ୍ତାବର୍ଷଠୁ ୧୦ ଟିମକୁ ନେଇ ଖେଳାଯିବ ବିଶ୍ୱର ସବୁଠୁ ବ୍ୟୟବହୁଳ କ୍ରିକେଟ୍ ଲିଗ୍ ଆଇପିଏଲ୍ । ଏ ସମ୍ପର୍କ ରେ ଗତକାଲି ଦଳ ନିଲାମ ପ୍ରକ୍ରିୟା ଶେଷ ହୋଇଛି । ଏହାବାଦ ଏହି ଦୁଇ ନୂଆ ଟିମ୍ ସାମିଲ ହେଲେ ବିସିସିଆଇ ପାଇଁ ବି ବେଶ ଲାଭଦାୟକ ହେବ । ବିସିସିଆଇ ଏହି ଦୁଇ ନୂଆ ଟିମ୍ ଠାରୁ ମୋଟ ୧୨ ହଜାର କୋଟି ଟଙ୍କା ଆଦାୟ କରିଛି ।
ଆଇପିଏଲର ଏବେ ସବୁଠୁ ମହଙ୍ଗା ଟିମ୍ ଭାବେ ଉଭା ହୋଇଛି ଲକ୍ଷ୍ନୌ । ଏହି ଟିମକୁ ଦେଶର ଜଣାଶୁଣା ଉଦ୍ୟୋଗପତି ସଞ୍ଜୀବ ଗୋଏଙ୍କା ଙ୍କ ଆରପି-ଏସଜି ଗ୍ରୁପ ୭୦୯୦ କୋଟି ଟଙ୍କାରେ କିଣିଛି ।ଗୋଏଙ୍କା ଙ୍କ ଆରପି-ଏସଜି ଗ୍ରୁପ କେବଳ କ୍ରିକେଟ୍ ଜଗତ ବାଡ଼ ଦେଶର ବିଭିନ୍ନ କ୍ଷେତ୍ରରେ ମଧ୍ୟ ସକ୍ରିୟ ଅଛି । ବିଜୁଳି, ମିଡିଆ, ସ୍ପୋର୍ଟସ ଓ ଶିକ୍ଷା କ୍ଷେତ୍ରରେ ଏହି ଆରପି-ଏସଜି ଗ୍ରୁପ ବେଶ ସକ୍ରିୟ ରହିଛି । ତେବେ ଆରପି-ଏସଜି ଗ୍ରୁପରେ ଏବେ ୫୦ ହଜାର କର୍ମଚାରୀ କାମ କରୁଥିବା ସୂଚନା ରହିଛି ।
ଏହି ଗ୍ରୁପ ପୂର୍ବରୁ ମଧ୍ୟ ୨୦୧୬ ଓ ୨୦୧୭ରେ ଆଇପିଏଲ ଦଳ ରାଇଜିଂ ପୁଣେ ସୁପରଜ୍ୟାଣ୍ଟସର ମାଲିକ ଥିଲା । ଏହି ଦଳର ଅଧିନାୟକ ରହିଥିଲେ ମହେନ୍ଦ୍ର ସିଂହ ଧୋନୀ । ତେବେ ଗୋଟିଏ ସିଜିନ୍ ପରେ ଏହାର ଅଧିନାୟକ ବଦଳି ହୋଇଯାଇଥିଲା । ଯାହାକୁ ନେଇ ଏହି ଆରପି-ଏସଜି ଗ୍ରୁପ ଉପରେ ବିବାଦ ଛିଡା ହୋଇଥିଲା । ତେବେ କେବଳ ଆଇପିଏଲ୍ ନୁହେଁ ଏହା ପୂର୍ବରୁ ସଞ୍ଜୀବ ଗୋଏଙ୍କା ଗ୍ରୁପ ଫୁଟବଲରେ ମଧ୍ୟ ନିଜର ପୁଞ୍ଜିନିବେଶ କରିଛି । ଏହା ଗ୍ରୁପର ମାଲିକାନାରେ ରହିଛି ଇଣ୍ଡିଆନ୍ ସୁପର ଲିଗର ଦଳ ମୋହନ ବାଗାନ କ୍ଲବ । ତା ସହିତ ଏହି ଗ୍ରୁପ ଟେବୁଲ ଟେନିସରେ ମଧ୍ୟ ଦଳ କିଣି ନିଜର ମାଲିକାନା ରଖିଛି ।
ଅନ୍ୟପଟେ ଅହମ୍ମଦାବାଦ ଟିମକୁ କିଣିଛି ଏକ ବିଦେଶୀ କମ୍ପାନୀ ସିବିସି ଗ୍ରୁପ । ଏହି କମ୍ପାନୀ ପୁଞ୍ଜିନିବେଶ କରିବା ସହିତ କ୍ରିକେଟ୍ ଜଗତରେ ମଧ୍ୟ ଏବେ ପାଦ ଥାପିଛି । ତେବେ ଏହାପୂର୍ବରୁ ଫର୍ମୁଲା ୱାନ୍, ଫୁଟବଲ, ରଗବୀରେ ମଧ୍ୟ ସିବିସି ଗ୍ରୁପ ନିଜର ଅଂଶଧନ ରଖିଛି । ଆଉ ଏବେ ଏହି ବିଦେଶୀ କମ୍ପାନୀ ଆଇପିଏଲରେ ପ୍ରବେଶ କରିବା ସହିତ ଅହମ୍ମଦାବାଦ ଦଳର ମାଲିକାନା ହାସଲ କରିଛି ।
ଏବେ ଆଇପିଏଲ୍ର ୨୦୨୨ ସଂସ୍କରଣ ପୂର୍ବରୁ ମେଗା ଅକ୍ସନ ହେବ I ଯାହାପରେ ଅହମ୍ମଦାବାଦ ଓ ଲକ୍ଷ୍ନୌ ଟିମ ସେମାନଙ୍କ ଟିମ ସହ ଖେଳିବେ I

Leave A Reply

Your email address will not be published.