କେମିତି ହେଲା ୧୭ ରେ ଚମ୍ପଟ ୧୮ ରେ କୋଭିଡ ଟେଷ୍ଟ

20

ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗିରଫ ହୋଇଥିବା ଗୋବିନ୍ଦ ସାହୁ ଗତ ୧୭ ତାରିଖ ସନ୍ଧ୍ୟାରେ ଟିଟିଲାଗଡ଼ ପୁଲିସ୍‌ ବାରାକରୁ ଖସି ଚମ୍ପଟ ମାରିଥିଲା । ତେବେ ଟିଟିଲାଗଡ଼ ହସ୍ପିଟାଲ୍‌ ରେଜିଷ୍ଟର ଜାଣିବାକୁ ମିଳିଛି ଟିଟିଲାଗଡ଼ ମେଡିକାଲ୍‌ ରେ ୧୮ ତାରିଖରେ ଗୋବିନ୍ଦର କରୋନା ଟେଷ୍ଟ କରାଯାଇଥିଲା। ଏହା କେମିତି ସମ୍ଭବ ହେଲା ଓ କଲା କିଏ ? ଏଠି ପ୍ରଶ୍ନ ଉଠୁଛି ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁ ୧୭ ତାରିଖରେ ପୁଲିସ୍‌ ବାରାକରୁ ଫେରାର୍ ହୋଇଥିବା ବେଳେ ୧୯ ତାରିଖରେ ଆଖୁ ବାଡ଼ିରୁ ଧରାପଡ଼ିଥିଲା। ତେବେ ୧୮ ତାରିଖରେ ତା’ର କେମିତି କୋଭିଡ୍‌ ଟେଷ୍ଟ ହେଲା? ଯଦିଓ ଟିଟିଲାଗଡ଼ ଏସ୍‌ଡିଏମ୍‌ଓ ଓ ଟେଷ୍ଟ କରିଥିବା କର୍ମଚାରୀ କହୁଛନ୍ତି ୧୭ ତାରିଖରେ ଗୋବିନ୍ଦର କୋଭିଡ୍‌ ଟେଷ୍ଟ ହୋଇଛି, ତେବେ ମେଡିକାଲ୍‌ ରେଜିଷ୍ଟରରେ ସ୍ପଷ୍ଟ ଭାବେ ୧୮ ତାରିଖରେ ଟେଷ୍ଟ କରାଯାଇଥିବା ଉଲ୍ଲେଖ ରହିଛି। ତେବେ ଆଜି ଯାଏ ଗୋବିନ୍ଦ କୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବାବେଳେ ଡ଼ିଆଇଜି ଦୀପକ କୁମାର ଜିଲ୍ଲା ଆରକ୍ଷୀ ନିତିନ କୁଶଲକର ଓ ଅନ୍ୟ ପୋଲିସ ଅଧିକାରୀ ଯଥା ସମ୍ଭବ ଗଣମାଧ୍ୟମ ଠାରୁ ଦୁରେଇ ରହୁଛନ୍ତି I

Leave A Reply

Your email address will not be published.