ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ

62

ଭୁବନେଶ୍ୱର: ଗୁରୁବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ବିଶ୍ବବ୍ୟାଙ୍କ ଅଧ୍ୟକ୍ଷ ଅଜ୍ଞ ବାଙ୍ଗା। ଓଡ଼ିଶାର ବିକାଶ ଧାରାକୁ ଆହୁରି ଗତିଶୀଳ କରିବା ଉପରେ ଉଭୟଙ୍କ ମଧ୍ୟରେ ହୋଇଛି ଆଲୋଚନା। ଏହି ଉଚ୍ଚସ୍ତରୀୟ ବୈଠକରେ ଓଡ଼ିଶାର ଦୀର୍ଘକାଳୀନ ବିକାଶ ଏବଂ ଆର୍ଥିକ ସଂସ୍କାର ସମ୍ପର୍କରେ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶାର ବର୍ତ୍ତମାନର ବିକାଶ ପ୍ରକ୍ରିୟା ଏବଂ ସଂସ୍କାରମୂଳକ ଆଭିମୁଖ୍ୟକୁ ବିଶ୍ୱ ବ୍ୟାଙ୍କ ପ୍ରତିନିଧି ଦଳ ଉଚ୍ଚ ପ୍ରଶଂସା କରିଛନ୍ତି। ଘରୋଇ କ୍ଷେତ୍ରରେ ରାଜ୍ୟର ଯୁବପିଢିଙ୍କ ପାଇଁ ସୃଷ୍ଟି କରାଯାଉଥିବା ଅଧିକ ନିଯୁକ୍ତି ସୁଯୋଗ ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ବିଶ୍ୱ ବ୍ୟାଙ୍କ ପକ୍ଷରୁ ସ୍ୱାଗତ କରାଯାଇଛି। ବୈଠକରେ ବିଶେଷ କରି ଦକ୍ଷତା ବିକାଶ, ଭିତ୍ତିଭୂମି ଅଭିବୃଦ୍ଧି ଏବଂ ସାମାଜିକ କ୍ଷେତ୍ରର ଉନ୍ନତି ଉପରେ ଗୁରୁତ୍ୱାରୋପ କରାଯାଇଛି। ଯୁବପିଢି ଓ ମହିଳାଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ଏହି ଆଲୋଚନାର ମୂଳ ଲକ୍ଷ୍ୟ ରହିଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷଙ୍କୁ ‘ଓଡ଼ିଶା ଭିଜନ୍‌ ଡକ୍ୟୁମେଣ୍ଟ’ ପ୍ରଦାନ କରିଛନ୍ତି। ଏଥିରେ ଆଗାମୀ ବର୍ଷଗୁଡ଼ିକ ପାଇଁ ରାଜ୍ୟର ବିକାଶମୂଳକ ରୋଡମ୍ୟାପ୍ ଏବଂ “ବିକଶିତ ଓଡ଼ିଶା” ଗଠନର ପରିକଳ୍ପନା ସ୍ଥାନ ପାଇଛି। “ଓଡ଼ିଶା ଆଜି ଦ୍ରୁତ ଅଭିବୃଦ୍ଧି ପଥରେ ଅଗ୍ରସର। ବିଶ୍ୱ ବ୍ୟାଙ୍କ ସହ ଏହି ସହଯୋଗ ଆମର ଭିତ୍ତିଭୂମି ଓ ଯୁବପିଢିଙ୍କ ଦକ୍ଷତାକୁ ନୂତନ ଶିଖରକୁ ନେଇଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed, but trackbacks and pingbacks are open.