ଆର୍ଯ୍ୟନ ଙ୍କ ଗିରଫ ପଛରେ ୧୮ କୋଟି ଟଙ୍କା ଲାଞ୍ଚ କାରବାର ଅଭିଯୋଗ :ସମୀର ଙ୍କ ବିରୋଧ ରେ ହେଇପାରେ ଭିଜିଲାନ୍ସ ତଦନ୍ତ

29

ଶାହାରୁଖ ଖାଁ ଙ୍କ ପୁଅ ଆର୍ଯ୍ୟନ୍‌ ଖାଁ ନିଶା କାରବାର ମାମଲାରେ ଏନ୍‌ସିବି ଦ୍ୱାରା ଗିରଫ ହୋଇ ଆର୍ଥର ରୋଡ଼ ଜେଲ ରେ ଅଛନ୍ତି ଏହି ମାମଲାରେରେ ତାଙ୍କୁ ଗିରଫ କରିଥିବା ଏନସିବି ଜୋନାଲ ହେଡ୍‌ ସମୀର ୱାଙ୍ଖଡେ ଙ୍କୁ ଜବରଦସ୍ତ ଫସାଇବାକୁ ଅପଚେଷ୍ଟା ଚାଲିଛି I ବର୍ତମାନ ତାଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ I ତାଙ୍କ ବିରୋଧରେ ଆରମ୍ଭ ହୋଇଛି ଭିଜିଲାନ୍ସ ତଦନ୍ତ। ତାଙ୍କ ଜୋନାଲ ହେଡ୍‌ ପଦ ରହିବ ନା’ ତାକୁ ହରାଇବାକୁ ପଡିବ। ତାକୁ ନେଇ ମଧ୍ୟ ଏବେ ସନ୍ଦେହ ଜାରି ରହିଛି।
ଏନସିବି ଡେପୁଟି ନିର୍ଦ୍ଦଶେକ ଜେନେରାଲ ଜ୍ଞାନେଶ୍ୱର ସିଂ କହିଛନ୍ତି, ସମୀର ୱାଙ୍ଖଡେଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଛି। ତେବେ ସମୀର ନିଜ ଜୋନାଲ ହେଡ୍‌ ପଦରେ ରହିବେ କି ପ୍ରଶ୍ନରେ ଜ୍ଞାନେଶ୍ୱର ସିଂ କହିଛନ୍ତି, ସେ ଏହି ପଦବୀରେ ଅବ୍ୟାହତ ରହିବେ କି ନାହିଁ ତାହା ଉପରେ ଏବେ କିଛି କୁହାଯାଇପାରିବ ନାହିଁ।
ଲାଞ୍ଚ ଏବଂ ଲଗାତର ଭ୍ରଷ୍ଟାଚାର ଅଭିଯୋଗ ସାମ୍ନାକୁ ଆସିବା ପରେ ସମୀରଙ୍କୁ ଦିଲ୍ଲୀ ସ୍ଥିତ ଏନ୍‌ସିବି ମୁଖ୍ୟକାର୍ଯ୍ୟାଳୟକୁ ପଚରାଉଚରା ପାଇଁ ଡକାଯାଇଛି। ଏନ୍‌ସିବି ମୁମ୍ବାଇ ଟିମ୍‌ ସମୀରଙ୍କ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଦିଲ୍ଲୀ ହେଡ୍‌ ଅଫିସକୁ ପଠାଇଛି। ସମୀର ମଧ୍ୟ ଦିଲ୍ଲୀ ଗସ୍ତରେ ବାହାରିଛନ୍ତି। ମଙ୍ଗଳବାର ସେଠାରେ ଏକ ବୈଠକ ହେବ।
ସୂଚନା ଅନୁସାରେ ଆର୍ଯ୍ୟନ ଙ୍କ ଗିରଫ ପଛରେ କୋଟି କୋଟି ଟଙ୍କା ଲାଞ୍ଚ କାରବାର ହୋଇଛି I ଏହି ଲାଞ୍ଚ କାରବାର ଅଭିଯୋଗ ଆଣିଥିବା ବ୍ୟକ୍ତି ଜଣକ ହେଉଛନ୍ତି ପ୍ରଭାକର ସେଲ I ପ୍ରଭାକର ଏହି ମାମଲାରେ ଜଣେ ସ୍ୱାଧୀନ ସାକ୍ଷୀ I ପ୍ରଭାକର ହେଉଛନ୍ତି କେପି ଗୋଶାବି ଙ୍କ ବଡିଗାର୍ଡ ଓ ଗାଡି ଚାଳକ I ଅକ୍ଟୋବର ୬ ରେ ଏନସିବି ୯ ଜଣଙ୍କୁ ନିଜର ସାକ୍ଷୀ ଭାବରେ ଘୋଷଣା କରିଥିଲା , ଏବଂ ଗୋଶାବି ହେଉଛନ୍ତି ପ୍ରଥମ ସାକ୍ଷୀ I ତେବେ ଆର୍ଯ୍ୟନ ଖାଁ ଙ୍କ ସହିତ ଗୋଶାବି ର ସେଲ୍ଫି ନେବା ପ୍ରସାରିତ ହେବା ପରେ ଗୋଶାବି ଫେରାର ଅଛି I ଗତକାଲି ଏନ୍‌ସିବି ସାକ୍ଷୀ ପ୍ରଭାକର ସେଲ୍‌ ଆର୍ଯ୍ୟନ୍‌ଙ୍କୁ ଛାଡିବା ପାଇଁ ଲାଞ୍ଚ କରାବାର ହୋଇଥିବା ନେଇ ଦାବି କରିଥିଲେ। ପ୍ରଥମେ ୨୫ କୋଟି ଟଙ୍କାର ବୋମା ଫିଙ୍ଗିବାକୁ କୁହାଯାଇଥିଲା। କିନ୍ତୁ ପରେ ୧୮ କୋଟି ଟଙ୍କାରେ ଡିଲ୍‌ ହୋଇଥିଲା। ଏଥିରୁ ସମୀର ୱାଙ୍ଖଡେ ୮ କୋଟି ଟଙ୍କା ନେଇଥାନ୍ତେ ବୋଲି ପ୍ରଭାକର କହିଥିଲେ। ଏହି ମାମଲାରେ ଶାହାରୁଖ ଖାନ୍‌ଙ୍କ ମ୍ୟାନେଜର ପୂଜା ଦଦଲାନିଙ୍କୁ ମଧ୍ୟ ଫିକ୍ସ କରାଯାଇଥିଲା। କିନ୍ତୁ ପରେ ସେ ଫୋନ୍‌ ଉଠାଇନଥିଲେ ବୋଲି ପ୍ରଭାକର ଦାବି କରିଥିଲେ। ଏ ସମ୍ପର୍କରେ ପ୍ରଭାକର ଏକ ନୋଟରୀ ସତ୍ୟପାଠ ମାଧ୍ୟମରେ ଅଭିଯୋଗ କରିଛି I ସେ ଆହୁରି କହିଛି ଯେ କ୍ରୁଜ ରେ ହୋଇଥିବା ଚଢ଼ାଉ ବେଳେ ଗୋଶାବି ସହିତ ସେ ନିଜେ ସେଠାରେ ଉପସ୍ଥିତ ଥିଲା I ଏନସିବି କାର୍ଯ୍ୟାଳୟ ନିକଟରେ ଗୋଶାବି ସହିତ ସାମ ନାମକ ଜଣେ ବ୍ୟକ୍ତି ର ପରିଚୟ ହୋଇଥିଲା I ପରେ ସେ ଦୁଇଜଣ ଶାହରୁଖ ଖାଁ ଙ୍କ ପରିଚାଳକ ପୂଜା ଦଦଲାନି ଙ୍କୁ ଭେଟି ଆର୍ଯ୍ୟନ ଙ୍କ ମୁକ୍ତି ପାଇଁ ୨୫ କୋଟି ତାଙ୍କର ଡ଼ିଲ କରିଥିଲେ I ପରେ ଏହା ୧୮ କୋଟି ଟଙ୍କା ର ବୁଝାମଣା ହୋଇଥିଲା ଏବଂ ଏହି ୧୮ କୋଟି ଟଙ୍କାରୁ ୮ କୋଟି ସମୀର ୱାଙ୍ଖଡେ ନେଇଥାନ୍ତେ ବାକି ୧୦ କୋଟି ଅନ୍ୟ ସମସ୍ତେ ନେଇଥାନ୍ତେ I କହିରଖୁଛୁକି ଗୋଶାବି ହେଉଛି ଏକ ଘରୋଇ ତଦନ୍ତକାରୀ ବ୍ୟକ୍ତି ବା ପ୍ରାଇଭେଟ ଡିଟେକ୍ଟଟିଭ I ଗୋଶାବି ର ସୂଚନା ଆଧାରରେ ଏନସିବି ଜାହାଜ ରେ ଚଢ଼ାଉ କରିଥିଲା I
ତେବେ ସମୀର ୱାଙ୍ଖଡେଙ୍କ ବିରୋଧରେ ହୋଇଥିବା ଅଭିଯୋଗର ବିଭାଗୀୟ ତଦନ୍ତ କରିବ ଏନସିବି। ଏନସିବି ମୁଖ୍ୟ ଅଧିକାରୀ ଜ୍ଞାନେଶ୍ୱର ସିଂ ଏହି ସୂଚନା ଦେଇଛନ୍ତି। ଏହି ସମୟରେ ସାକ୍ଷୀ ପ୍ରଭାକର ସେଲଙ୍କ ଅଭିଯୋଗର ଯାଞ୍ଚ ପାଇଁ ତିନି ଜଣିଆ ଟିମ୍ ଆସନ୍ତାକାଲି ଦିଲ୍ଲୀରୁ ମୁମ୍ବାଇ ଯିବା ସମ୍ଭାବନା ରହିଛି। ବର୍ତ୍ତମାନ ଜ୍ଞାନେଶ୍ୱର ସିଂ ଏହି ଡ୍ରଗ୍ସ ମାମଲାର ତଦନ୍ତ କରିବେ। ସେ ଏହି ଘଟଣାର ମୁଖ୍ୟ ଭିଜିଲାନ୍ସ ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି।

Leave A Reply

Your email address will not be published.