ଯାଜପୁର ମଞ୍ଚରେ ଏକାଠି ନଜର ଆସିଲେ ବିଜୟ, ଆମର ଓ ସୌମ୍ୟ

60

ଯାଜପୁର: ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ବିଜୟ, ସୌମ୍ୟ ଓ ଅମର। ଏକାଠି ହେବା ପରେ ଚର୍ଚ୍ଚା ଜୋରଦାର ହୋଇଛି। ଖାସ୍ କରି ଯାଜପୁର ରାଜାନୀତିରେ ଅନେକ କଳ୍ପନା । ମଞ୍ଚରେ ବିଜୟ ମହାପାତ୍ର, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅମର ଶତପଥୀଙ୍କ ଭଳି ବରିଷ୍ଠଙ୍କୁ ଦେଖିବା ପରେ ପ୍ରବଳ ଆଲୋଚନା ହେଉଛି। ଏହା କୌଣସି ରାଜନୈତିକ ସଭା ହୋଇନଥିଲେ ବି ସମାଲୋଚକଙ୍କ ଦୃଷ୍ଟିଭଙ୍ଗୀ କିନ୍ତୁ ଅଲଗା ଅର୍ଥ ବାହାର କରିବାକୁ ପଛାନ୍ତି ନାହିଁ । ଏଭଳି ସ୍ଥିତିରେ ସୌମ୍ୟ ବାବୁ କହିଥିଲେ ଏଭଳି ଏକ ଆଧ୍ୟାତ୍ମିକ ସଭାରେ ଆମେ ଏକାଠି ହେବାକୁ ନେଇ ମଧ୍ୟ ସାମ୍ବାଦିକଙ୍କ କ୍ୟାମେରା ଆଗରେ କଣ୍ଟ୍ରୋଭର୍ସି ତିଆରି କରିବେ। ଏହାକୁ ଆମର ଖାତିର ନାହିଁ। କିଏ କଣ କହୁଛି କହୁ ସେଥିରେ କିଛି ଯାଏ ଆସେ ନାହିଁ । ଯାଜପୁରରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଗଡମଧୁପୁର ଠାରେ ଅନୁଷ୍ଠିତ ଶ୍ରୀ ଜଗନ୍ନାଥ ମହୋତ୍ସବରେ ଏଭଳି କିଛି ଭାଷଣ ଓ ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର୍ ଧରିଛି।

Comments are closed, but trackbacks and pingbacks are open.