54 ବର୍ଷ ବୟସରେ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ପରଲୋକ

57

ଭୁବନେଶ୍ବର: ଶେଷରେ ଚାଲିଗଲେ ବିଶିଷ୍ଠ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର। ବଞ୍ଚିବା ପାଇଁ ଭୁବନେଶ୍ବର ଏମସରେ ବହୁ ସଂଘର୍ଷ କରିବା ପରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଲିଭର ଜନିତ ରୋଗରେ ପିଡିତ ହୋଇ ସେ ଭୁବନେଶ୍ବର ଏମସରେ ଚିକିତ୍ସିତ ହେଉଥିଲେ। ସେ ସେଠାରେ ବହୁଦିନ ଧରି ଚିକିତ୍ସିତ ହେବ ପରେ କୋମା ଅବସ୍ଥାରେ ଘରକୁ ଫେରିଥିଲେ। ହେଲେ ପୁଣି ଥରେ ସେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଏମସରେ ଗତକାଲି ଭର୍ତ୍ତି କରାଯାଇଥିଲା। ହେଲେ ସେ ଶେଷରେ ଜୀବନ ହାରି ଦେଇଛନ୍ତି। ଅଭିଜିତ ଗୁରୁତର ଅସୁସ୍ଥ ହୋଇ ଗତ ବର୍ଷ ସେପ୍ଟମ୍ବର ମାସରୁ ଚିକିତ୍ସିତ ହୋଇ ଆସୁଛନ୍ତି। ପ୍ରଥମେ ସେ କଟକର ଏକ ଘରୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ। ହେଲେ ସେଠାରେ ତାଙ୍କର ଅବସ୍ଥାରେ କୌଣସି ପରିବର୍ତ୍ତନ ନ ହେବାରୁ ତାଙ୍କୁ ଭୁବନେଶ୍ବର ଏମସ୍ କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ସେ ବିଭିନ୍ନ ରୋଗରେ ପିଡିତ ହୋଇ ସଙ୍କଟାପର୍ଣ୍ଣ ଅବସ୍ଥାରେ ICU ରେ ଚିକିତ୍ସିତ ହେଉଥିଲେ। ପରବର୍ତ୍ତି ସମୟରେ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିବାରୁ ତାଙ୍କୁ ସାଧାରଣ ବେଡକୁ ସ୍ଥାନାନ୍ତରିତ କରାଯାଇଥିଲା। ଏହାପରେ ତାଙ୍କୁ ଘରକୁ ସ୍ଥାନାନ୍ତରିତ କରାଯାଇ ସେଠାରେ ଦେଖାରଖା କରାଯାଉଥିଲା। ଗତକାଲି ତାଙ୍କର ଦେହ ଗୁରୁତର ହୋଇପଡିବାରୁ ପୁଣି ଏମସରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ସେ ଶେଷ ନିଃସ୍ବାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ 54 ବୟସ ହୋଇଥିଲା। ତାଙ୍କ ବିୟୋଗରେ ଓଡିଆ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।

Comments are closed, but trackbacks and pingbacks are open.