ଆମେରିକାର ଅର୍ଥ ସଚିବଙ୍କ ଖୁଲାସା: ‘ଭାରତ ନୁହେଁ, ରୁଷିଆଠାରୁ ତେଲ କିଣୁଥିବା ଦେଶ ଉପରେ ଲାଗିବ ୫୦୦% ଶୁଳ୍କ’

138

ନୂଆଦିଲ୍ଲୀ: ଆମେରିକାର ଅର୍ଥ ସଚିବ ସ୍କଟ୍ ବେସେଣ୍ଟ କହିଛନ୍ତି ଯେ, ରୁଷିଆ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ୫୦୦% ଶୁଳ୍କ ଲାଗୁ କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସିନେଟ୍ ଅନୁମୋଦନର ଆବଶ୍ୟକତା ନାହିଁ। ତଥାପି ସେ ସ୍ପଷ୍ଟ କରିଛନ୍ତି ଯେ, ଏଥର ଶୁଳ୍କ ଧମକର ପ୍ରାଥମିକ ଲକ୍ଷ୍ୟ ଭାରତ ନୁହେଁ, ଚୀନ। ସ୍କଟ୍ ବେସେଣ୍ଟ ଦାବି କରିଛନ୍ତି ଯେ, ଟ୍ରମ୍ପ ପ୍ରଶାସନ ଭାରତ ଉପରେ ୨୫% ଶୁଳ୍କ ଲାଗୁ କରିବା ପରେ ଭାରତ ରୁଷିଆ ତେଲ କିଣିବା ବନ୍ଦ କରିଦେଇଛି। ସେ କହିଛନ୍ତି ଯେ, ଆମେରିକାର କଠୋର ବାଣିଜ୍ୟ ନୀତି ଯୋଗୁଁ ଭାରତ ଏହାର ଆମଦାନୀ ପରିବର୍ତ୍ତନ କରିଛି। ବେସେଣ୍ଟ ଯେଉଁ ବିଲ୍ ବିଷୟରେ କହୁଥିଲେ ତାହା ହେଉଛି ରୁଷିଆ ପ୍ରତିବନ୍ଧକ ବିଲ୍, ଯାହା ଆମେରିକାକୁ ରୁଷିଆରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ସର୍ବନିମ୍ନ ୫୦୦% ଶୁଳ୍କ ଲାଗୁ କରିବାକୁ ଅନୁମତି ଦିଏ। ଏହି ବିଲ୍ କୁ ଏହି ମାସ ଆରମ୍ଭରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଅନୁମୋଦନ ମିଳିଛି।

Comments are closed, but trackbacks and pingbacks are open.