ଗବେଷଣା କ୍ଷେତ୍ରରେ ସହଯୋଗ ନିମନ୍ତେ ଆଇସିଏଆର-ସିଆଇଡବ୍ଲୁଏ ସହ ସୋଆ ର ବୁଝାମଣା ପତ୍ର ସ୍ୱାକ୍ଷରିତ

23

ଭୁବନେଶ୍ୱର : ଗବେଷଣା ନିମନ୍ତେ ଭୁବନେଶ୍ୱର ସ୍ଥିତ ଆଇସିଏଆର – ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଫର ଉଈମେନ ଇନ ଏଗ୍ରିକଲଚର ଏବଂ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ମଧ୍ୟରେ ମଙ୍ଗଳବାର ଏକ ବୁଝାମଣା ପତ୍ର ସ୍ଵାକ୍ଷର ହୋଇଯାଇଛି I
ସୋଆ ର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜ ରଞ୍ଜନ ନାୟକ ଙ୍କ ଉପସ୍ଥିତିରେ ସୋଆ ରେଜିଷ୍ଟ୍ରାର ପ୍ରଫେସର ବି.ବି.ପ୍ରଧାନ ଓ ଆଇସିଏଆର-ସିଆଇଡବ୍ଲୁଏ ର ନିର୍ଦ୍ଦେଶକ ଡ଼. ଅନିଲ କୁମାର ଏହି ବୁଝାମଣା ପାତ୍ରରେ ସ୍ଵାକ୍ଷର କରିଥିଲେ I
ବୁଝାମଣା ଅନୁଯାୟୀ ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ ଆଗ୍ରିକଲଚରାଲ ସାଇନ୍ସେସ (ଆଇଏଏସ) ର ଗବେଷକ ଓ ଛାତ୍ରଛାତ୍ରୀ ମାନେ ସିଆଇଡବ୍ଲ୍ୟୁଏ ରେ ଗବେଷଣା କାର୍ଯ୍ୟ କରିବେ I
ଏହା ବ୍ୟତୀତ ଶିକ୍ଷା ,ଗବେଷଣା ,ଏବଂ ପ୍ରଶିକ୍ଷଣ ନିମନ୍ତେ ଦୁଇ ଅନୁଷ୍ଠାନ ମଧ୍ୟରେ ଛାତ୍ରଛାତ୍ରୀ ଙ୍କର ଆଦାନ ପ୍ରଦାନ ମଧ୍ୟ କରାଯିବ I
ଏହି ଅବସରରେ ଆଇଏଏସ ର ଡିନ ପ୍ରଫେସର ବିଜୟ ସାହୁ ଓ ଆଡିସନାଲ ଡିନ(ରିସର୍ଚ୍ଚ) ତଥା ଅଫିସର ଅନ ସ୍ପେଶାଲ ଡ୍ୟୁଟି (ଏଗ୍ରିକଲଚର) ଡ଼ଃପ୍ରିୟବ୍ରତ ପଟନାୟକ ଉପସ୍ଥିତ ଥିଲେ I

Leave A Reply

Your email address will not be published.