ପ୍ରୟାଗରାଜରେ ମୌନୀ ଅମାବାସ୍ୟା: ବୁଡ଼ ପକାଇଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ

94

ନୂଆଦିଲ୍ଲୀ: ମାଘ ମେଳାର ସବୁଠାରୁ ବଡ଼ ସ୍ନାନ ଉତ୍ସବ ମୌନୀ ଅମାବାସ୍ୟାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପ୍ରୟାଗରାଜର ସଙ୍ଗମରେ ବୁଡ଼ ପକାଇଛନ୍ତି। ମେଳା ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ, ଏକ ହେଲିକପ୍ଟର ପୁଷ୍ପ ବର୍ଷା କରିଥିଲା। କୁହାଯାଏ ଯେ, ମାଘ ମାସରେ ପ୍ରୟାଗରାଜରେ ସ୍ନାନ ଏବଂ କଳ୍ପବାସ କରିବା ଦ୍ୱାରା ମନୁଷ୍ୟକୁ ମୋକ୍ଷ ପ୍ରାପ୍ତି ହୁଏ ଓ ପାପରୁ ମୁକ୍ତି ମିଳିଥାଏ । ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳ୍ପବାସୀ ମାନେ ସଙ୍ଗମ କୂଳରେ ତମ୍ବୁ ଗାଡ଼ି ନିଜର ଆଧ୍ୟାତ୍ମିକ ସାଧନା କରୁଛନ୍ତି।

Comments are closed, but trackbacks and pingbacks are open.