ନୂଆ ଭୂତାଣୁ ସମ୍ପର୍କରେ ସୂଚନା ଦେଲେ ଡିଏମଇଟି ସିବିକେ ମହାନ୍ତି

24

ସମ୍ପ୍ରତି ୟୁରୋପ ରେ ଦେଖାଦେଇଥିବା କରୋନା ର ନୂଆ ପ୍ରଜାତି ର ଭୁତାଣୁ ଏବେ ଭାରତରେ ଦେଖା ଦେଇଛି I ଏହା ମଧ୍ୟପ୍ରଦେଶ ର ଇନ୍ଦୋରରେ ଏହି ପ୍ରଜାତି ଏ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଭାରିଆଣ୍ଟ ହେଉଛି ଏୱାଇ ୪. ୨ । ଏହା ଡେଲଟା ପ୍ରଜାତି ଉପ ପ୍ରଜାତି । ମଧ୍ୟପ୍ରଦେଶରେ ହୋଇଥିବା ଜିନୋମ୍ ସ୍ୱକ୍ୱେନ୍ସିଂ ରିପୋର୍ଟରୁ ୭ଟି ନୂଆ ମାମଲା ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଦୁଇ ସେନା ଅଧିକାରୀଙ୍କ ସମେତ ୭ ଜଣ ସଂକ୍ରମିତ ହୋଇଛନ୍ତି ।
ତେବେ ନୂଆ ଭ୍ୟାରିଆଣ୍ଟକୁ ନେଇ ଡିଏମଇଟି ସିବିକେ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଇନ୍ଦୋରରେ ସାତଟି ଓ ମହାରାଷ୍ଟ୍ରରେ କିଛି ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି। ଏହା ୧୦ ପ୍ରତିଶତ ଅଧିକ ସଂକ୍ରମିତ କରିବ। ଡେ଼ଲଟା ପ୍ଲସ ପ୍ରଜାତିର ଏହା ନୂଆ ଭାରିଆଣ୍ଟ । ଯଦିଓ ପ୍ରଥମେ ଡିଟେକ୍ଟ ହୋଇଛି ତାକୁ ଭାରିଆଣ୍ଟ ଅଫ ଇନଭେଷ୍ଟିଗେସନରେ ରଖାଯାଇଛି । ତାପରେ ଭାରିଆଣ୍ଟ ଅଫ ଇଣ୍ଟ୍ରେଷ୍ଟ ତାପରେ କନସର୍ଣ୍ଣ । ଭାରିଆଣ୍ଟ ଅଫ କନସର୍ଣ୍ଣ ଷ୍ଟେଜ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଘୋଷଣା କରିନାହିଁ ।
ଇଂଲଣ୍ଡରେ ୧୦ ପ୍ରତିଶତ ଲୋକଙ୍କ ପାଖରେ ଦେଖାଯାଉଛି। ଭାରତରେ ଦେଖିଲେ ଏହା ଅତି ନଗଣ୍ୟ। ଵ୍ୟସ୍ତ ହେବାର ସମୟ ଆସିନି। ଡବ୍ଲୁଏଚଓ ଏବଂ ୟୁକେ ଏଜେନ୍ସି କହୁଛନ୍ତି ମାର୍ଜିନାଲି ଅଧିକ ସଂକ୍ରମଣ କରେ। ଏହା ଅଧିକ ସଂକ୍ରମଣକ୍ଷମ ନା ନାହିଁ ଜଣା ପଡିନି। ଏହା କେତେଦୂର ଅଧିକ ରୋଗାକ୍ରାନ୍ତ କରୁଛି, ତାହା ତଦନ୍ତ ସାପେକ୍ଷ। ଭ୍ୟାରିଏଣ୍ଟ ଅଫ ଇନଭେଷ୍ଟିଗେସନ ଅଛି ସମୟ କହିବ କେତେଦୂର ପରିସ୍ଥିତିକୁ ବିଗାଡିବ। ଡେଲଟା ଭାଇରସର ୫୫ ଟି ଉପ ପ୍ରଜାତି ରହିଛି । ତା ଭିତରୁ ଅଳ୍ପକେତୋଟି ଲୋକଲୋଚନକୁ ଆସିଛି । ଜେନୋମିକ ଷ୍ଟଡି ଚାଲିଛି ।
ନୂଆ ଭାଇରସ ଯେତେବେଳେ ଆସୁଛି ତାହା କେତେ ପ୍ରଭାବ ପକାଉଛି ଜଣାପଡିବ । ଏପର୍ଯ୍ୟନ୍ତ କେତେ ସଂକ୍ରମିତ କରୁଛି ତାହା ସ୍ପଷ୍ଟ ହୋଇନାହିଁ । ଏନେଇ ଅଧିକ ଗବେଷଣା ଚାଲିଛି ଇ ତେବେ ଯାହା ଜଣା ପଡିଛି ,ସେନା ଅଧିକାରୀ ଙ୍କ ସମେତ ଆକ୍ରାନ୍ତ ହୋଇଥିବା ସମସ୍ତ ୭ ଜଣ ଡବଲ ଡୋଜ ଟୀକା ନେଇସାରିଥିଲେ I

Leave A Reply

Your email address will not be published.