ଭୁବନେଶ୍ୱର: GA & PG ବିଭାଗ ଅଧୀନରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଅନ୍ୟତ୍ର ଚାକିରି ଆବେଦନ ପାଇଁ ବାରମ୍ବାର NOC ମାଗିବାକୁ ପଡ଼ିବ ନାହିଁ । ସରକାରୀ କର୍ମଚାରୀଙ୍କ ପାଇଁ ସ୍ଥାୟୀ ଅନୁମତି ଜାରି କଲେ ରାଜ୍ୟ ସରକାର । ଏହି ନିର୍ଦ୍ଦେଶନାମା ବଳରେ କର୍ମଚାରୀମାନେ UPSC, OPSC, SSB, OSSC ଏବଂ OSSSC ଭଳି ବିଭିନ୍ନ ନିଯୁକ୍ତି ପରୀକ୍ଷା ପାଇଁ ସିଧାସଳଖ ଆବେଦନ କରିପାରିବେ । ପୂର୍ବରୁ ପ୍ରତି ଥର ଆବେଦନ ପାଇଁ ପୃଥକ ଭାବେ NOC ନେବା ପ୍ରକ୍ରିୟା ଥିଲା । ଏହା ବେଶ୍ ସମୟ ସାପେକ୍ଷ ମଧ୍ୟ ଥିଲା। ରୁଟିନ୍ କାମରେ ଅନାବଶ୍ୟକ ଫାଇଲ୍ କାମ ବଢ଼ୁଥିଲା। ଯେଉଁ କର୍ମଚାରୀମାନେ ଚାକିରିରେ ଥାଇ ନିଜ ଭବିଷ୍ୟତକୁ ଆଗକୁ ନେବା ଲାଗି ସରକାରୀ ପରୀକ୍ଷା ଦେବାକୁ NOC ପାଇଁ ଦୀର୍ଘ ସମୟ ଅପେକ୍ଷା କରୁଥିଲେ, ଏହି ନିୟମରେ ପରିବର୍ତ୍ତନ କରାଯାଇଛି। ଆଶାୟୀ କର୍ମଚାରୀମାନେ କିଛି ପରୀକ୍ଷା ଦେବାକୁ ଚାହୁଛନ୍ତି, ତେବେ ସେମାନେ ପରୀକ୍ଷା ପାଇଁ ତାଙ୍କ ସରକାରୀ କାର୍ଯ୍ୟ ଏବଂ ଦାୟିତ୍ୱରେ ଅବହେଳା କରିୁପାରିବେ ନାହିଁ । ପରୀକ୍ଷା ଦେବା ସମୟରେ ଉପରିସ୍ଥ ଅଧିକାରୀଙ୍କ ନିକଟରୁ ଛୁଟି ମଞ୍ଜୁରୀ ଏବଂ ମୁଖ୍ୟାଳୟ ଛାଡ଼ିବା ଅନୁମତି ନେବା ବାଧ୍ୟତାମୂଳକ । ପରୀକ୍ଷା ଦେବା ପୂର୍ବରୁ ଆଡ୍ମିଟ୍ କାର୍ଡ କିମ୍ବା ଅନ୍ୟ ସମ୍ବନ୍ଧିତ କାଗଜପତ୍ର ଦେଖାଇବେ । ନୂଆ ଚାକିରିରେ ଚୟନ ହେବା ପରେ, ବର୍ତ୍ତମାନର ପଦବୀରୁ ଅବ୍ୟାହତି ପାଇବା ପାଇଁ ବିଧିବଦ୍ଧ ଭାବେ ବିଭାଗର ଅନୁମତି ଲୋଡ଼ା ଜରୁରୀ । କିନ୍ତୁ ସରକାର ଚାହିଁଲେ କୌଣସି କର୍ମଚାରୀଙ୍କୁ ରିଲିଭ୍ କରିବାକୁ ଅଗ୍ରାହ୍ୟ ମଧ୍ୟ କରିପାରନ୍ତି ବୋଲି ବିଜ୍ଞପ୍ତିରେ କୁହାଯାଇଛି ।
Comments are closed, but trackbacks and pingbacks are open.