T-20 ବିଶ୍ୱକପ ପାକିସ୍ତାନ ଠାରୁ ଶୋଚନୀୟ ଭାବେ ପରାସ୍ତ ହେଲା ଭାରତ

23

T-20 ବିଶ୍ୱକପ ରେ ପାକିସ୍ତାନ ଠାରୁ ଶୋଚନୀୟ ଭାବେ ପରାସ୍ତ ହେଲା ଭାରତ। ନିରାଶ ହେଇଛନ୍ତି ଭାରତୀୟ କ୍ରିକେଟ ପ୍ରେମୀ I ଭାରତ ଓ ପାକିସ୍ତାନ ମ୍ୟାଚ କୁ ସାରା ବିଶ୍ୱର କ୍ରିକେଟ ପ୍ରେମୀ ଉତ୍କଣ୍ଠା ର ସହ ଅପେକ୍ଷା କରିଥାନ୍ତି କିନ୍ତୁ ଆଜି ବିରାଟ ବାହିନୀ ସମସ୍ତଙ୍କୁ ନିରାଶ କରିଛି Iଟି-୨୦ ବିଶ୍ଵ କପ୍‌ରେ ଲଗାତାର ୫ ମୁକାବିଲା ହାରିବା ପରେ ପାକିସ୍ତାନ ବିଜୟ ହାସଲ କରିଛି। ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ମହାମୁକାବିାଲରେ ପାକିସ୍ତାନ ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଅବିଶ୍ଵସନୀୟ ପ୍ରଦର୍ଶନ କରି ଭାରତକୁ ୧୦ ଓ୍ଵିକେଟ୍‌ରେ ମାତ୍ ଦେଇ ସହଜ ବିଜୟ ହାସଲ କରିଛି। ବିଜୟ ସହ ପାକିସ୍ତାନ ନିଜର ଟି-୨୦ ବିଶ୍ଵ କପ୍ ଅଭିଯାନ ଆରମ୍ଭ କରିଥିବା ବେଳେ ପରାଜୟ ସହ ନିଜର ଅଭିଯାନ ଆରମ୍ଭ କରିଛି ଭାରତ।
ପ୍ରଥମେ ବ୍ୟାଟିଂ କରି ଭାରତ ଆଶା ଅନୁରୂପ ବ୍ୟାଟିଂ କରିନ ପାରି ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୫୧ ରନ କରିଥିଲା। ଦଳ ପକ୍ଷରୁ ଅଧିନାୟକ ବିରାଟ କୋହଲି ୫୭ ରନର ଇନିଂସ କରିଥିବା ବେଳେ ଋଷଭ ପନ୍ତ ୩୯ ରନ କରିଥିଲେ। ଜବାବରେ ପାକିସ୍ତାନ ଦୁଇ ଓପନର ବାବର ଆଜମ ୬୮ ଏବଂ ରିଜଓ୍ଵାନଙ୍କ ୭୯ ଦମଦାର ଅର୍ଦ୍ଧଶତକୀୟ ଅପରାଜିତ ଇନିଂସ ବଳରେ ୧୭.୫ ଓଭରରେ ୧୦ ଓ୍ଵିକେଟ୍ ହରାଇ ସହଜରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଦୁଇ ଓପନର ୧୫୨ ରନ ଯୋଡି ଦଳକୁ ବିଜୟୀ କରାଇଛନ୍ତି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପକ୍ଷରୁ ଦୁଇ ଓପ୍ନର ବିଶେଷ କିଛି କରି ପାରିନଥିଲେ । ରୋହିତ ଶର୍ମା ଗୋଲ୍ଡେନ ଡକରେ ଆଉଟ ହୋଇଥିବା ବେଳେ କେ ଏଲ ରାହୁଲ ମାତ୍ର ୩ ରନ ସଂଗ୍ରହ କରିଥିଲେ । ଉଭୟ ଶାହିନ ଆଫ୍ରିଦିଙ୍କ ଶିକାର ହୋଇଥିଲେ । ସୂର୍ଯ୍ୟ କୁମାର ଯାଦବ ଗୋଟିଏ ଲେଖାଏଁ ଛକା ଓ ଚୌକା ସହିତ ୧୧ ରନ କରିଥିବା ବେଳେ ହସନ ଅଲୀଙ୍କ ବଲରେ କଟ ବିହାଇଣ୍ଡ ହୋଇଥିଲେ । ତେବେ ଅଧିନାୟକ ବିରାଟ କୋହଲି (୫୭) ଓ ଋଷଭ ପନ୍ତ (୩୯)ଙ୍କ ମଧ୍ୟରେ ୫୩ ରନର ଭାଗିଦାରୀ ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲା । କୋହଲି ୪୯ ବଲ ଖେଳି ୫ ଚୌକା ଓ ୧ ଛକା ସହିତ ୫୭ ରନ କରିଥିବା ବେଳେ ପନ୍ତ ୩୦ ବଲରୁ ୨ଟି ଲେଖାଏଁ ଛକା ଓ ଚୌକା ସହିତ ୩୯ ରନ କରିଥିଲେ । ଶେଷ ଆଡକୁ ରବୀନ୍ଦ୍ର ଜାଡେଜା ୧୩ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୧୧ ରନ ବଳରେ ଭାରତ ୧୫୦ ରନ ପାର କରିଥିଲା । ଶାହିନ ଆଫ୍ରିଦି ୩୧ ରନ ବ୍ୟୟରେ ୩ଟି ୱିକେଟ ନେଇଥିବା ବେଳେ ହସନ ଅଲୀ ୪୪ ରନରେ ୨ଟି ୱିକେଟ ନେଇଥିଲେ । ହରିଶ ରୌଫ ଓ ଶଦାବ ଖାନ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Leave A Reply

Your email address will not be published.